ନୂତନ ଅଧ୍ୟକ୍ଷ ଦାୟିତ୍ବ।
ବିରିଡି.O୨/୦୧/୨୦୨୬ ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ଅଳକା ମହାବିଦ୍ୟାଳୟ ର ନୂତନ ଅଧ୍ୟକ୍ଷ ଭାବେ ଶ୍ରୀ ଦୀପଙ୍କର ଜେନା ଦାୟିତ୍ଵ ଗ୍ରହଣ କରିଛନ୍ତି । ସେ ଅବସର ଗ୍ରହଣ କରିଥିବା ବିଦାୟୀ ଅଧ୍ଯକ୍ଷା ମଂଜୁଲତା ଦାଶ ଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଏହି ଅବସରରେ ଅଧ୍ୟାପକ ଡ. ପ୍ରଦୀପ୍ତ ରଞ୍ଜନ ପଟ୍ଟନାୟକ, ପରୀକ୍ଷିତ ମଲିକ, ଅଶୋକ ଲେଙ୍କା, ସୁରେନ୍ଦ୍ର ସାହୁ, ସୌମ୍ଯ ରଞ୍ଜନ ଦାସ, ସତୀଶ କୁମାର, ଅଧ୍ୟାପିକା ସୁଚିସ୍ମିତା ବେହେରା, ରାଧାରାଣୀ ମଲିକ ତଥା ମୁଖ୍ୟ କିରାଣୀ ଅକ୍ଷୟ କୁମାର ମିଶ୍ର, ହିସାବ ରକ୍ଷକ ଜଗନ୍ନାଥ ଦାଶ, ସୁକାନ୍ତ ଦାସ, ତଥା ତଥ୍ଯ ପ୍ରବେଶ କାରୀ ବରଦାକାନ୍ତ ବିଶ୍ବାଳ ପ୍ରମୁଖ ନୂତନ ଅଧ୍ୟକ୍ଷ ଶ୍ରୀ ଜେନା ଙ୍କୁ ସ୍ବାଗତ କରିଥିଲେ।
