ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ୍ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ଭାବରେ ବଦଳି ହୋଇଯାଇଛି

କନ୍ଧମାଳ ତା ୨୪/୦୭/୨୦୨୫ ଫୁଲବାଣୀ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ୍ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ଭାବରେ ବଦଳି ହୋଇଯାଇଛି। ଏହି ଅବସରରେ ପଞ୍ଚାୟତ ଭବନ ଫୁଲବାଣୀ ଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ଶ୍ରୀ ଅମ୍ରିତ୍ ଋତୁରାଜ୍ ତା.୧୨/୦୮/୨୦୨୪ ରିଖରେ କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳ ଭାବରେ ଯୋଗଦେଇ ଜିଲ୍ଲାର ବିକାଶରେ ବହୁ ପଦକ୍ଷେପ ନେଇ ବହୁତ ପ୍ରଶଂସା ସାଉଁଟି ଛନ୍ତି। ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ଵ), କନ୍ଧମାଳ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କୁ କାର୍ଯ୍ୟଭାର ଅର୍ପଣ କରିଥିଲେ।ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲାପାଳ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ ପାଇଁ ଧନ୍ୟବାଦ ଦେବା ସହିତ ସମସ୍ତଙ୍କୁ ଆଗାମୀ ଦିନରେ ବ୍ୟକ୍ତିଗତ ତଥା ବୃତ୍ତିଗତ ଜୀବନରେ ବହୁତ ଆଗକୁ ଯିବାକୁ କାମନା କରି କହିଥିଲେ ଯେ କନ୍ଧମାଳ ଜିଲ୍ଲାର ସମସ୍ତ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସମସ୍ତ ଅଧିକାରୀ ତଥା କର୍ମଚାରୀ ଗୁରୁଦାୟିତ୍ଵ ନିର୍ବାହ କରିଛନ୍ତି ଏବଂ ଆଗକୁ ମଧ୍ୟ ସମସ୍ତେ ଜିଲ୍ଲାର ବିକାଶ ପାଇଁ କାର୍ଯ୍ୟ କରନ୍ତୁ। ନିଜର କାର୍ଯ୍ୟ ଦକ୍ଷତା ବଳରେ ବିନା କୌଣସି ପ୍ରେସର୍ ରେ ସ୍ଵତନ୍ତ୍ର ଭାବରେ କାର୍ଯ୍ୟ କରି ସରକାରୀ ଯୋଜନା ଲୋକମାନଙ୍କର ପାଖରେ ପହଞ୍ଚାଇବାକୁ ଯତ୍ନବାନ ହେବା ସହିତ କାର୍ଯ୍ୟ କରିବାକୁ କହିଥିଲେ।ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ), କନ୍ଧମାଳ ଶ୍ରୀ କୁଶଳ ଚନ୍ଦ୍ର ନାଏକ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ଵ), କନ୍ଧମାଳ ଶ୍ରୀ ରମେଶ ଚନ୍ଦ୍ର ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ,ଉପ ଜିଲ୍ଲାପାଳ, ଫୁଲବାଣୀ ଶ୍ରୀ ଭିକାରୀ ସାହୁ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା ସନ୍ତୋଷ କୁମାର ପାଢ଼ୀ, ପ୍ରକଳ୍ପ ପ୍ରଶାସକ,ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଶ୍ରୀ ଗଦାଧର ପାତ୍ର, ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡ଼ା ଶ୍ରୀ କୃପାସିନ୍ଧୁ ବେହେରା, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ନରେନ୍ଦ୍ର ନାୟକ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର, କଲେକ୍ଟରିଏଟ୍ ର କର୍ମକର୍ତ୍ତା, ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *