ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଡାକ୍ତରଙ୍କ ଦାଇତ୍ୱ ଗ୍ରହଣ
ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଡାକ୍ତରଙ୍କ ଦାଇତ୍ୱ ଗ୍ରହଣ ଗଞ୍ଜାମ ଜିଲ୍ଲା ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଭାବେ ଦାୟିତ୍ଵ ଗ୍ରହଣ କଲେ ଡାକ୍ତର ସାଗର ନାୟକ।ସେ ପୂର୍ବରୁ ଛତ୍ରପୁର ବ୍ଲକ ଅଧୀନ ମୁନଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେବା ଯୋଗାଇ ଆସୁଥିଲେ। ସେ ଶୁକ୍ରବାର ଦାଇତ୍ୱ ଗ୍ରହଣ କରିବା ପରେ ସୋମବାର ଦିନ ରୋଗୀ ସେବା ଆରମ୍ଭ କରିଛନ୍ତି।ଯୋଗ ଦେବାର ପ୍ରଥମ ଦିନରେ ୧୫୦ ଜଣ ଓ ପି ଡ଼ି ରୋଗୀ ଙ୍କୁ ସେବା ଦେଇଛନ୍ତି। ଡାକ୍ତରଙ୍କ ଚିକିତ୍ସା ଶୈଳୀ ଓ ବ୍ୟବହାରରେ ରୋଗୀମାନେ ବହୁତ୍ ଖୁସି ଅନୁଭବ କରୁଛନ୍ତି।ଡାକ୍ତରଙ୍କ ଘର ବ୍ରହ୍ମପୁର ହୋଇଥିବା ବେଳେ ସେ ବୁର୍ଲା ମେଡ଼ିକାଲରେ ଡାକ୍ତରୀ ଶିକ୍ଷା ଗ୍ରହଣ କରିଛନ୍ତି।ରୋଗୀଙ୍କୁ ଉତ୍ତମ ସେବା ଯୋଗାଇଦେବା ସହିତ ହସ୍ପିଟାଲର ଉନ୍ନତି ଦିଗରେ ସର୍ବଦା କାମ କରିବେ।ଏଠାରେ ଯୋଗଦାନ କରି ବହୁତ ଆନନ୍ଦ ଅନୁଭବ କରିଥିବା ସେ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ପ୍ରକାଶ କରିଛନ୍ତି।
ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
