ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର କାର୍ଯ୍ୟାରିଣୀ ବୈଠକରେ ଜିଲ୍ଲାର ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚିତ

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର କାର୍ଯ୍ୟାରିଣୀ ବୈଠକରେ ଜିଲ୍ଲାର ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚିତ
ରଘୁନାଥପୁର-୫/୧୦-ରଘୁନାଥପୁରସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜଗତସିଂହପୁର ଜିଲ୍ଲା ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ପରିଚୟ ବର୍ଗ ଅନୁଷ୍ଠିତ ହୋଇଛି। ଏଥିସହ ଜିଲ୍ଲାର ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା। ସର୍ବସମ୍ମତିକ୍ରମେ ଶ୍ରୀ ଚିତ୍ତରଞ୍ଜନ ମହାନ୍ତି ସଭାପତି, ଶ୍ରୀ ଭାଗୀରଥି ସାହୁ ଉପସଭାପତି, ଶ୍ରୀ ନୃସିଂହ ଚରଣ ନାୟକ ସଂପାଦକ, ଶ୍ରୀ ପ୍ରକାଶ ଚନ୍ଦ୍ର ମହାପାତ୍ର ସଂଗଠନ ସଂପାଦକ, ଶ୍ରୀ ବଳବନ୍ତ ସାହୁ କୋଷାଧ୍ୟକ୍ଷ, ଶ୍ରୀ ନୃସିଂହ ଚରଣ ବାରିକ ଓ ମଳୟ କୁମାର ପାଣି ପ୍ରଚାର ପ୍ରମୁଖ ଭାବେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ଦେବର୍ଷି ମହାନ୍ତି ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ କାର୍ଯ୍ୟ ପରିଚାଳନା କରିଥିଲେ। ଭାରତ ପୂର୍ବାଞ୍ଚଳର କ୍ଷେତ୍ର ସଂଗଠନ ମନ୍ତ୍ରୀ ଶ୍ରୀ ରାମଚନ୍ଦ୍ର ସ୍ବାଇଁ, ଓଡ଼ିଶା ପୂର୍ବ ପ୍ରାନ୍ତର ସଂପାଦକ ଶ୍ରୀ ଅଭୟ ଅନିର୍ବାଣ ଓ ଯୁଗ୍ମ ସମ୍ପାଦକ ସୁବାସ ଚନ୍ଦ୍ର ବେହୁରା ଏହି କାର୍ଯ୍ୟକ୍ରମରେ ସଦୟ ଯୋଗଦେଇ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ଆବଶ୍ୟକତା ଓ ଗ୍ରାହକ ସଚେତନତା ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଅମର ଜେନା, ନିତାଇ ସ୍ବାଇଁ,ଶିବ ପ୍ରକାଶ ପଣ୍ଡା, ବିଜୟ ଜେନା, ସୁବାସ ସେଠୀ, ପ୍ରମୋଦ ନାୟକ, ଚିତ୍ତରଞ୍ଜନ ସାହୁ, ରଶ୍ମିତା ଦାସ,ସୁବାସିନୀ କର ଓ କଲ୍ୟାଣୀ ତ୍ରୀପାଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *