ଶଶି ଭୂଷଣ ସାହିତ୍ୟ ସଂସଦର ନୂତନ କର୍ମକର୍ତ୍ତା ଚୟନ
ସୋରଡ଼ା ():- ଗଞ୍ଜାମ ଜିଲ୍ଲା ସୋରଡା ଶଶୀଭୂଷଣ ସାହିତ୍ୟ ସଂସଦର ନୂତନ କର୍ମକର୍ତ୍ତା ଚୟନ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ବୈଠକରେ ସ୍ଥିର ହୋଇଛି। ସଂଘ ର ସମସ୍ତ ସଦସ୍ୟ ଙ୍କ ମତ ଅନୁଯାୟୀ ନୂତନ ସଭାପତି ଭାବେ ସମାଜସେବୀ ଶ୍ରୀ ଧୋବା ବେହେରାଙ୍କୁ ଚୟନ କରାଯାଇଥିବା ବେଳେ ସମ୍ପାଦକ ରୁପେ ବରିଷ୍ଠ ଶିକ୍ଷକ କାଳୀ ଚରଣ ପ୍ରଧାନ, ସହ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ପାଣିଗ୍ରାହୀ, କାର୍ଯ୍ୟକାରୀ ସମ୍ପାଦକ ରାଧାମୋହନ ସାହୁ ଏଵଂ ରାଜୀବ ହୋତା, ସୌଜନ୍ୟ ସମ୍ପାଦକ ଶ୍ରୀ କେ. ସତ୍ୟ ନାରାୟନ ସୁବୁଦ୍ଧି, ସଂଗଠକ ସମ୍ପାଦକ ଏସ. ଦିଲ୍ଲୀପ କୁମାର ପାତ୍ର, କୋଷାଧ୍ୟକ୍ଷ ଶ୍ରୀ ସନ୍ତୋଷ ସାମନ୍ତରାୟ, ଅଡିଟର ଶ୍ରୀ ପ୍ରଶାନ୍ତ କୁମାର ରାଉତ,ପରିଚାଳନା ସମ୍ପାଦକ ଶ୍ରୀଯୁକ୍ତ ଉମାଶଙ୍କର ଦାସ ଶର୍ମାଙ୍କୁ ଚୟନ କରାଯାଇ ଦାୟିତ୍ଵ ପ୍ରଦାନ କରାଯାଇଛି। ବୈଠକର ପ୍ରାରମ୍ଭରେ ସଂସଦର ଆଜୀବନ ସଭାପତି ସ୍ବର୍ଗତ ପଦ୍ମଲୋଚନ ପଣ୍ଡାଙ୍କ ପରଲୋକ ଗମନ ସକାଶେ ନୀରବ ପ୍ରାର୍ଥନା କରାଯାଇଥିଲା। ଅନୁଷ୍ଠିତ ବୈଠକରେ ସଂସଦର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ।
