ବୁଗୁଡ଼ା ବ୍ଲକ ଅଙ୍ଗନଓ୍ବାଡି କର୍ମୀ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ

ବୁଗୁଡ଼ା :-୨୩/୧୨

ଅଲ ଓଡିଶା ଅଙ୍ଗନଓ୍ବାଡି ଲେଡିଜ୍ ଓ୍ବାର୍କସ ଏସୋସିଏସନ ସଂଲଗ୍ନ ଭାରତୀୟ ମଜଦୁର ସଂଘ ବୁଗୁଡା ବ୍ଲକର ଏକ ସମ୍ମିଳନୀ ସ୍ଥାନୀୟ ବଳଦେବ ସ୍ବାମୀ କଲ୍ଯାଣୀ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ସଭାନେତ୍ରୀ ସୁଶ୍ରୀ ବାସନ୍ତୀ କୁମାରୀ ପ୍ରଧାନଙ୍କ ଆବାହକତ୍ବରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ରାଜ୍ଯ ସଭାନେତ୍ରୀ ସୁମିତା ମହାପାତ୍ର, ରାଜ୍ଯ ସାଧାରଣ ସମ୍ପାଦିକା କୁଞ୍ଜଲତା ଦାସ, ଗଞ୍ଜାମ ଜିଲ୍ଲା ପ୍ରଭାରୀ ଅଞ୍ଜଳୀ ନାୟକ ଓ ସଂଯୋଜିକା ଅମିତା ରାଉତ, ଭାରତୀୟ ମଜଦୁର ସଂଘ ଗଞ୍ଜାମ ଜିଲ୍ଲା ସଭାପତି ଭବାନୀ ଶଙ୍କର ଦାଶ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଅଙ୍ଗନଓ୍ବାଡି କର୍ମୀଙ୍କୁ ମାର୍ଗ ଦର୍ଶନ କରିବା ସହ ଅଙ୍ଗନଓ୍ବାଡି କର୍ମୀଙ୍କ ବିଭିନ୍ନ ଦାବୀ ସମ୍ପର୍କରେ ଆଲୋଚନା କରିଥିଲେ। ଏଥି ସହ ପରବର୍ତ୍ତୀ ପର୍ଯ୍ୟାୟରେ ଭାରତୀୟ ମଜଦୁର ସଂଘ ଗଞ୍ଜାମ ଜିଲ୍ଲା ସମ୍ପାଦକ ଅର୍ଜୁନ ବେହେରା , ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ଲିଙ୍ଗରାଜ ସାହୁଙ୍କ ସମେତ ଗଞ୍ଜାମ ଜିଲ୍ଲା ସଂଘର ଅନ୍ଯାନ୍ଯ ସଦସ୍ୟବୃନ୍ଦ ଏବଂ ବିଭିନ୍ନ ବ୍ଲକର ସଭାନେତ୍ରୀଙ୍କ ଉପସ୍ଥିତିରେ ବୁଗୁଡା ବ୍ଲକ ଅଙ୍ଗନଓ୍ବାଡି କର୍ମୀ ସଂଘର ନୂତନ କାର୍ଯ୍ଯକର୍ତ୍ତା ଚୟନ କରାଯାଇଥିଲା। ବାସନ୍ତୀ କୁମାରୀ ପ୍ରଧାନ ସଭାନେତ୍ରୀ, ପ୍ରମୋଦିନୀ ସ୍ବାଇଁ ଉପସଭାନେତ୍ରୀ, ଅନିତା କୁମାରୀ ମିଶ୍ର ସମ୍ପାଦିକା, ଆରତୀ ବେହେରା ସହସମ୍ପାଦିକା, ଭାଗ୍ୟଲତା ସ୍ବାଇଁ,କୋଷାଧ୍ୟକ୍ଷା ଭାବେ ମନୋନୀତ ହୋଇଥିଲେ।

Leave a Reply

Your email address will not be published. Required fields are marked *