ମୁଣ୍ଡମରାଇ ରେ ସିଦ୍ଧ କୋଠରୀ ଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଓ ପ୍ରବଚନ
ଧରାକୋଟ:-୧୩/୧୧ ଧରାକୋଟ ନିକଟସ୍ଥ ମୁଣ୍ଡମରାଇ ଗ୍ରାମର ମା ସିଦ୍ଧ କୋଠରୀ ଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି ।ଅବସରରେ ପ୍ରଭାତରୁ କର୍ମାରମ୍ଭ,ଅଗ୍ନି ସଂସ୍କାର,ସଲାପୂଜା ପରେ ନଗର ପରିକ୍ରମା କରାଯାଇଥିଲା ।

ମଧ୍ୟାହ୍ନ ରେ ଅର୍ଣ୍ଣ ଯଜ୍ଞ ପରେ ଅପରାହ୍ନ ରେ ଦେବୀଙ୍କର ସିଂହାସନ ଆରୋହଣ ପରେ ହୋମ,ଆଳତି ପରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା। ଏହା ପରେ ସନ୍ଧ୍ୟାରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସନ୍ଧ୍ୟାରେ ବିଶିଷ୍ଟ କଥା ବାଚକ ଓ ପ୍ରବଚକ ଜିତୁ ଦାସଙ୍କ ଦ୍ଵାରା ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରାଯାଇଥିଲା। ମୁଣ୍ତମରାଇ ଗ୍ରାମର ମା ସିଦ୍ଧ କୋଠରୀ ଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଅଞ୍ଚଳର ଶହ ଶହ ଭକ୍ତ ସାମିଲ ହୋଇଥିଲେ।
