ଡେଜିଗନେଟ ରାଜ୍ୟପାଳଙ୍କ ଶ୍ରୀଜୀଉ ମାନଙ୍କୁ ଦର୍ଶନ

ଡେଜିଗନେଟ ରାଜ୍ୟପାଳଙ୍କ ଶ୍ରୀଜୀଉ ମାନଙ୍କୁ ଦର୍ଶନ।ପୁରୀ ୨/୧ ଆସନ୍ତାକାଲି ରାଜ୍ୟର ନୂତନ ମାନ୍ୟବର ରାଜ୍ୟପାଳ ଭାବେ ଶପଥ ନେବେ ଡ. ହରିବାବୁ କମ୍ଭମ୍ ପାଟି।ଆଜି ପୁରୀ ରାଜଭବନ ରେ ପହଞ୍ଚିବା ପରେ ଡେଜିଗନେଟ ରାଜ୍ୟପାଳ ଙ୍କୁ ସ୍ବାଗତ କରା ଯାଇଥିଲା।ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ ବି ଏସ ରାଜପୁତ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ ପି ବିନୀତ ଅଗ୍ରୱାଲ, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ରାଜ୍ୟପାଳଙ୍କ କମ୍ପଟ୍ରୋଲର ନିତ୍ୟାନନ୍ଦ ବାରିକ ପ୍ରମୁଖ ଡେଜିଗନେଟ ରାଜ୍ୟପାଳଙ୍କୁ ପୁଷ୍ପ ଗୁଛ୍ଛ ଦେଇ ସ୍ୱାଗତ କରିଥିଲେ।ପରେ ଡେଜିଗନେଟ ରାଜ୍ୟପାଳ ଓ ରାଜ୍ୟପାଳଙ୍କ ପରିବାରର ସଦସ୍ୟ ମାନେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।ଦର୍ଶନ ପରେ ଗଣମାଧ୍ୟମ କୁ ସୂଚନା ଦେଇ ଡ. କମ୍ଭମ୍ ପାଟି ରାଜ୍ୟପାଳ ଭାବେ ଶପଥ ନେବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ରାଜ୍ୟବାସୀ ଙ୍କର ବିକାଶ ଓ ସମସ୍ତଙ୍କ ସୁଖ, ସମୃଦ୍ଧି କାମନା

କରିଛନ୍ତି ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି ଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ,ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଅତିରିକ୍ତ ଏସ ପି ସୁଶିଲ କୁମାର ମିଶ୍ର, ଡେପୁଟି କଲେକ୍ଟର ଗୋପୀନାଥ ମିଶ୍ର,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ, ରାଜ୍ୟପାଳଙ୍କ ସୂଚନା ଅଧିକାରୀ ତଥା ଯୁଗ୍ମ ନିର୍ଦ୍ଦେଶକ ସଞ୍ଜୀବ କୁମାର ବାରିକ, ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ, ରାଜ୍ୟପାଳଙ୍କ କାର୍ଯ୍ୟାଳୟ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।ଡେଜିଗନେଟ ରାଜ୍ୟପାଳଙ୍କୁ ରାଜଭବନରେ ଗାର୍ଡ଼ ଅଫ ଅନର ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *