ନିମଖଣ୍ଡି ଥାନାର ନୂତନ ଆଇଆଇସିଙ୍କୁ ସହର ତଳି କ୍ରିୟାନୁଷ୍ଠାନ

ନିମଖଣ୍ଡି ଥାନାର ନୂତନ ଆଇଆଇସିଙ୍କୁ ସହର ତଳି କ୍ରିୟାନୁଷ୍ଠାନ କମିଟିର ସାକ୍ଷାତ ଓ ସହର ତଳି ଅଞ୍ଚଳ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା।


ବ୍ରହ୍ମପୁର — ୪/୧/୨୦୨୫– ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତନିଧି ମଣ୍ଡଳୀ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ନେତୃତ୍ଵରେ ଆଜି ନିମଖଣ୍ଡି ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଆଇଆଇସି କୃଷ୍ଣ ସାହାଙ୍କୁ ସାକ୍ଷାତ କରି ଶୁଭେଛା ବାର୍ତ୍ତା ଦେବା ସହ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ସ୍ବାଗତ ସମର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ କମିଟି କର୍ମକର୍ତ୍ତାମାନେ ସହର ତଳି ଅଞ୍ଚଳରେ ବୃଦ୍ଧି ପାଉଥିବା ଅପରାଧିକ କାର୍ଯ୍ୟକଳାପ ନେଇ ନୂତନ ଆଇଆଇସିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଶେଷ କରି ଏହି ଥାନା ଅଧୀନରେ ଆସୁଥିବା ସହର ସନ୍ନିକଟ ନଗର ମନଙ୍କରେ ଚୋରି, ଡକାୟତି, ରାହାଜାନି, ଜୁଆ ଖେଳ, ଚୋରା ମଦ କାରବାର, ଅନୈତିକ କାର୍ଯ୍ୟକଳାପ , ନକଲି ଦ୍ରବ୍ୟ ତିଆରି କାରଖାନା ଓ ଟ୍ରାଫିକ ସମସ୍ୟା ନେଇ ଆଲୋଚନା କରିଥିଲେ। ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣରେ ରଖିବା ନିମନ୍ତେ ପେଟ୍ରୋଲିଂ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରି କଡାକଡି କରିବାକୁ ଅନୁରୋଧ କରିଥିଲେ। ସେହିଭଳି ନିମଖଣ୍ଡି ଥାନାର ନିଜ୍ଵସ୍ୱ କୋଠା ନିର୍ମାଣ ବିଳମ୍ବିତ ହେଉଥିବା ଏବଂ ଏହା ଦ୍ଵାରା ଯେଉଁ ଉଦ୍ଦେଶ୍ୟ ନେଇ ଏହା ଥାନା ସୃଷ୍ଟି କରାଯାଇଥିଲା ତାହା ସୁଦୂର ପରାହିଟ ହୋଇଥିବା କମିଟି ପ୍ରକାଶ କରିଛି। ଏ ନେଇ ନୂତନ ଆଇଆଇସି ଆରକ୍ଷୀ ଅଧିକ୍ଷକଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ଏ ଦିଗରେ ଦୃଷ୍ଟି ଦେବାକୁ କମିଟି ସଦସ୍ୟ ମାନେ ପରାମର୍ଶ ଦେଇଥିଲେ। ଆଜିର ପ୍ରତନିଧି ମଣ୍ଡଳୀରେ ସଭାପତିଙ୍କ ବ୍ୟତୀତ ଯୁଗ୍ମ ସମ୍ପାଦକ ଟି ସୁଦେଶ କୁମାର ପାତ୍ର, ସହ ସମ୍ପାଦକ ବି ଭି ସାଗର, କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ, ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢିହାରି, କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ର, ସଂଯୋଜକ ସି ଏଚ ରାମ କ୍ରିଷ୍ଣା ଦାସ, ସହ କୋଷାଧ୍ୟକ୍ଷ ସୁନିଲ ପାତ୍ର , ଓ ଉପଦେଷ୍ଟା ସୁବାଷ ଚନ୍ଦ୍ର ପାତ୍ର, ଜିତେନ୍ଦ୍ର କୁମାର ପାଢ଼ୀ, ବିନୋଦ ରାଉତ, ଶଙ୍କର ସାହୁ, ବୁଲୁ ଗୌଡ ଓ ଗଗନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *