ରଘୁନାଥପୁର ରେ ନୂତନ ଆଇଆଇସି ଙ୍କ ଯୋଗଦାନ।

ରଘୁନାଥପୁର ତା ୯/୪ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନାରେ ଗତ ବୁଧବାର ନୂତନ ଆଇଆଇସି ଭାବେ ଇନିସପେକ୍ଟର ପ୍ରେମଜିତ ଦାସ ଯୋଗଦାନ କରିଛନ୍ତି।ପ୍ରକାଶ ଥାଉକି ରଘୁନାଥପୁର ଥାନାରେ ପୂର୍ବରୁ ଥିବା ଆଇଆଇସି ସୁଶାନ୍ତ କୁମାର ସେଠି ଙ୍କୁ ଜଗତସିଂହପୁର ଏସପି ଡିଆଇବି କୁ ବଦଳିକରିଥିବାବେଳେ ତାଙ୍କ ସ୍ଥାନରେ ଇନିସପେକ୍ଟର ଶ୍ରୀ ଦାସଙ୍କୁ ରଘୁନାଥପୁର ଥାନାରେ ନିଯୁକ୍ତି ଆଦେଶ ଥିଲା।ଏହି ପରିପେକ୍ଷୀରେ ବୁଧବାର ସଂନ୍ଧ୍ୟାରେ ଏହି ଥାନାର ସମସ୍ତ ଅଫିସର ଓ କର୍ମଚାରୀ ମାନେ ଳୂତନ ଆଇଆଇସିଙ୍କୁ ଫୁଲତୋଡାଦେଇ ସ୍ବାଗତକରିଥିଲେ। ନୂତନ ଆଇଆଇସି ଶ୍ରୀ ଦାସ ଥାନାର ସୁ ପରିଚାଳନାପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।

Leave a Reply

Your email address will not be published. Required fields are marked *