ଛାତ୍ରୀଛାତ୍ରଙ୍କୁ ନେଇ ନୂତନ ପ୍ରବର୍ତ୍ତନ ପ୍ରତିଯୋଗିତା।ରେଢୁଆ ବିସି କଲେଜ।
ରଘୁନାଥପୁର:-୨୨/୮:- ରଘୁନାଥପୁର ବ୍ଲକ ରେଢୁଆ ସ୍ଥିତ ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ନେଇ ନୂତନ ପ୍ରବର୍ତ୍ତନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ କଲେଜର ଅଧ୍ୟକ୍ଷ ପ୍ରଫେସର ସରୋଜ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଲାଲ ସମ୍ପାଦକ କ୍ଷେତ୍ରମୋହନ ବେହେରା ବିଶେଷଜ୍ଞ ଭାବେ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ବହୁ ଉପାଦେୟ ପରାମର୍ଶ ଦେଇଥିଲେ।ଏହାଛଡା ଜୀବନରେ ହତୋତ୍ସାହିତ ନହୋଇ ନିଜ ଭବିଷ୍ୟତକୁ ଗଢି ତୋଳିବା ପାଇଁ ଆହ୍ଵାନ କରିଥିଲେ।ସେହିପରି ଅଧକ୍ଷ ପଣ୍ଡା ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ପଛରେ ନଗୋଡାଇ ନିଜେ ଜଣେ ନିଯୁକ୍ତିଦାତା ହେବାକୁ ଉତ୍ସାହିତ କରିଥିଲେ।ଅଧ୍ୟାପିକା ଜାଜ୍ଞସେନୀ ରାଉତ,ସ୍ମିତାରାଣୀ ପ୍ରଧାନ,ସୁଜାତା ଦାସ,ସ୍ୱାଗତିକା ଦାସ,ଝିଲି ପାତ୍ର,କବିତା ବେହେରା ଓ ଅଧ୍ୟାପକ ହିମାଂଶୁ ଜେନା,ବାଦଲ ପ୍ରାସାଦ ସିଂହ,ରଞ୍ଜନ ମହାନ୍ତି,ସମରେନ୍ଦ୍ର ନାୟକ ଓ ସରୋଜକାନ୍ତ ମିଶ୍ର ପ୍ରମୁଖ ନୂତନ ପ୍ରବର୍ତ୍ତନ କାର୍ଯ୍ୟକ୍ରମର ଉଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ପ୍ରତିଯୋଗିତାରେ ବୈଶାଖୀ ପାଞ୍ଜା ପ୍ରଥମ, ମୌସୁମୀ ଦାସ ଦ୍ୱିତୀୟ ଓ ପ୍ରିୟଙ୍କା ସେଠି ତୃତୀୟ ସ୍ଥାନ ହାସଲ କରିଥିଲେ।ଅଧ୍ୟାପକ ପ୍ରତାପ ଲେଙ୍କା ସଭା ସଞ୍ଚାଳନ ଓ ସୌମ୍ୟା ମହାନ୍ତି ଧନ୍ୟବାଦ ଦେଇଥିଲେ।ଶିକ୍ଷା କର୍ମଚାରୀ ବାବୁଲି ସ୍ବାଇଁ, ନକୁଳ ନାୟକ ଓ କୈଳାସ ଚନ୍ଦ୍ର ସ୍ବାଇଁ ସହଯୋଗ କରିଥିଲେ।
