ଦଣ୍ଡ ନୁହେଁ ନ୍ୟାୟ ମିଳିବା ଆବଶ୍ୟକ।

ବ୍ରିଟିଶ ଶାସନ ସମୟରୁ ଚାଲି ଆସିଥିବା ଭାରତୀୟ ଦଣ୍ଡ ସଂହିତାରେ ପରିବର୍ତ୍ତନ କରାଯାଇଛି।ଦେଶର ଯଶଶ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତବର୍ଷର ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ୧୮୬୦ ମସିହାରୁ ଚାଲି ଆସିଥିବା ନ୍ୟାୟ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛନ୍ତି ବୋଲି କହିଛନ୍ତି ପୁରୀ ସାଂସଦ ଡଃ ସମ୍ବିତ ପାତ୍ର।ଆଜି ଟାଉନ ଥାନା ପରିସରରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି ତଦନ୍ତକାରୀ ବ୍ୟବସ୍ଥାରେ ସ୍ଵତନ୍ତ୍ର ଆଇନର ବ୍ୟବସ୍ଥା ହୋଇଛି।

ଭାରତୀୟ ନ୍ୟାୟ ସଂହିତା,ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ଜୁଲାଇ ୧ ରୁ କାର୍ଯ୍ୟକାରୀ ହୋଇଛି।ଏହି ନୂତନ ଆଇନ ବ୍ୟବସ୍ଥା ସଂପର୍କରେ ଲୋକଙ୍କୁ ସଚେତନ କରାଇବା ସହ ଏହି ଆଇନ ଦ୍ୱାରା ମିଳିବାକୁ ଥିବା ସୁବିଧା ସମ୍ପର୍କରେ ଲୋକଙ୍କୁ ବୁଝାଇବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

Leave a Reply

Your email address will not be published. Required fields are marked *