ନୂଆ -‘ଓ’, ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଉଦ୍ ଘାଟନ

__ରାୟଗଡା- ତା.୧୮.୦୧.୨୦୨୪ ରିଖରେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ରାୟଗଡ଼ା ରେ ନୂଆ -‘ଓ’ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଅଧ୍ୟକ୍ଷ ଡ.ବିପ୍ରନାରାୟଣ ମଲିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ଓଡ଼ିଆ ବିଭାଗର ଅଧ୍ୟାପକ ଡ.କୈଳାସ ମଳିକ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଏବଂ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ଛାତ୍ର ଛାତ୍ରୀ ସହାୟତା ପ୍ରଦାନ କରିଥିଲେ। ଅଧ୍ୟକ୍ଷ ମହୋଦୟ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଉଦେଶ୍ୟ ଜ୍ଞାପନ କରିଥିଲେ। ଆଜିର ପ୍ରତିଯୋଗିତା -ଓଡିଆ ପ୍ରବନ୍ଧ ଲିଖନ, ଓଡ଼ିଆ କବିତା ଲିଖନ, ଓଡ଼ିଆ ଗୀତ ଏବଂ ଓଡ଼ିଆ ଭଜନ ମହାବିଦ୍ୟାଳୟ ର ସେମିନାର ପ୍ରକୋଷ୍ଠ ରେ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ବିଚାରକ ଭାବେ ପରିଚାଳନା କରିଥିଲେ ଶ୍ରୀ ଜୟଦେବ ସୀଠ, ପ୍ରଦୀପ ନାୟକ , ଶ୍ରୀ ପ୍ରଭାତ କୁମାର ମହାପାତ୍ର, ଶ୍ରୀମତୀ ମହେଶ୍ବତା ପାଣିଗ୍ରାହୀ ଏବଂ ଶ୍ରୀମତୀ ଶ୍ରୀରଞ୍ଜନୀ ବେହେରା। ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟରୁ କୃତୀ ଛାତ୍ରଛାତ୍ରୀଙ୍କୁ ଆସନ୍ତା ତା.୨୪.୦୧.୨୦୨୪ ରେ ଅନୁଷ୍ଠିତ ହେବାକୁ ଥିବା ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ରେ ରାଶି ସହ ସ୍ମାରକୀ ଫଳକ ପୁରସ୍କାର ରୂପେ ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *