ନୂଆ -‘ଓ,’ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ
_ରାୟଗଡ଼ା – ତା.୧୯.୦୧.୨୦୨୪ ରିଖରେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ରାୟଗଡ଼ା ନୂଆ-‘ଓ’ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଅଧ୍ୟକ୍ଷ ଡ. ବିପ୍ର ନାରାୟଣ ମଲିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ବିଭାଗର ଅଧ୍ୟାପକ ଡ. କୈଳାସ ମଳିକ ଏବଂ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ସୂଚାରୁରୂପେ ସଂପାଦନ କରିଥିଲେ। ଆଜିର ପ୍ରତିଯୋଗିତା ଗୁଡିକ ହେଲା ଓଡ଼ିଆ ବ୍ୟାକରଣ ଦକ୍ଷତା ( ହାଇସ୍କୁଲ ସ୍ତରୀୟ) ଏବଂ ଓଡ଼ିଆ ହସ୍ତାକ୍ଷର ପ୍ରତିଯୋଗିତା।ଏହି ପ୍ରତିଯୋଗିତା ଗୁଡ଼ିକରେ ଶହେରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ଗୁଡ଼ିକର ବିଚାରକ ଭାବେ ଶ୍ରୀ ଜୟଦେବ ସୀଠ, ଏବଂ ଶ୍ରୀ ପ୍ରଦୀପ କୁମାର ନାୟକ, ସୂଚାରୁରୂପେ ଦାୟିତ୍ଵ ନିର୍ବାହ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହଯୋଗ କରିଥିଲେ ।
ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା ।
