ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ଏକ ପଞ୍ଜୀକରଣ
ଆଜି (୦୬.୧୦.୨୦୨୫), ପୁରୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଦ୍ୱାରା ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ଏକ ପଞ୍ଜୀକରଣ ଓ ସଚେତନତା ଶିବିର ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକ୍ର ସୁନାମୁହିଁ ଗ୍ରାମରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ପରିଚାଳନା କରିଥିଲେ ପୁରୀ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ସହକାରୀ ଶ୍ରମ ଅଧିକାରୀ, ଶ୍ରୀ ଆଶିଷ କୁମାର ମାଝୀ ଓ ଶ୍ରୀ ଆଶୁତୋଷ ସାହୁ, ଏବଂ ପରିଚାଳନାରେ ସାହାଯ୍ୟ କରିଥିଲେ- ଦେବବ୍ରତ ପଲାଇ ।
ଉକ୍ତ ଶିବିରରେ ପ୍ରାୟ ୮୫ ଜଣ ଲୋକ କଳାକାରଙ୍କୁ ଅଣସଂଗଠିତ ଶ୍ରମିକ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା ଏବଂ ବୋର୍ଡ ଅଧୀନରେ ଉପଲବ୍ଧ ବିଭିନ୍ନ ସୁବିଧା ଓ କଳ୍ୟାଣ ଯୋଜନାସମୂହ ବିଷୟରେ ସଚେତନ କରାଯାଇଥିଲା।
