କୋରେଇ ବିଧାୟକ ଙ୍କ ଦ୍ୱାରା ନୂତନ ଆର.ଆଇ. ପ୍ରକଳ୍ପ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ
** ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଆକାଶ ଦାସନାୟକ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଏକ କୋଟି ସତେଇଶି ଲକ୍ଷ୍ୟ ଟଙ୍କା ବେୟ ରେ ନିର୍ମିତ ହେବାକୁ ଥିବା ଏଇ ଗୃହ ଟି ଟେଣ୍ଡର ହୋଇଥିବା ବିଧାୟକ ସୂଚନା ଦେଇଛନ୍ତି l ଏଥିସହିତ ଏହି ଆର.ଆଇ. କାର୍ଯ୍ୟାଳୟର କାର୍ଯ୍ୟ ଶେଷ ହେବା ପରେ ଗ୍ରାମାଞ୍ଚଳର ଅନେକ ଜମିଜମା ସମସ୍ୟା ଦୂର ହେବ ବୋଲି ବିଧାୟକ ଶ୍ରୀ ଦାସନାୟକ କହିଥିଲେ l ଏହି କାର୍ଯ୍ୟକ୍ରମରେ ଶହଶହ ଗ୍ରାମବାସୀ ଉପସ୍ଥିତ ଥିଲେ l
