ପୁରୀ ଏସପି ଭାବରେ ଦାୟିତ୍ଵ ପାଇବାପରେ ମହାପ୍ରଭୁଙ୍କ ଦର୍ଶନ ସାନ୍ନିଧ୍ୟ ନେଲେ ଏସପି ପ୍ରତୀକ ସିଂ

ପୁରୀ ଏସପି ଭାବରେ ଦାୟିତ୍ଵ ପାଇବାପରେ ମହାପ୍ରଭୁଙ୍କ ଦର୍ଶନ ସାନ୍ନିଧ୍ୟ ନେଲେ ଏସପି ପ୍ରତୀକ ସିଂ ।ମହାପ୍ରଭୁଙ୍କ ଦର୍ଶନରୁ ଦାୟିତ୍ଵ ତୁଲାଇବାକୁ ଯାଉଥିବାରୁ ଧନ୍ୟ ହୋଇଛି କହିଛନ୍ତି ଏସପି ପ୍ରତୀକ ସିଂ। ନୂଆ ଏସପି ଭାବରେ ଯୋଗଦେବା ପରେ ଶ୍ରୀମନ୍ଦିର ସୁରକ୍ଷା ସହ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ଫୋକସ୍ ରହିଛି ବୋଲି ସେ କହିଛନ୍ତି ।ପୁରୀ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ତୁଲାଇବାକୁ ସରକାର ଦାୟିତ୍ଵ ଦେଇଛନ୍ତି।ପୂର୍ବ ଅଭିଜ୍ଞତାକୁ ପାଥେୟ କରି ଭଲ କାମ କରିବାକୁ ଲକ୍ଷ ରହିଛି । ପୁରୀ ପୋଲିସ ଟିମ୍ ଠାରୁ ଜାଣିବାର ଶିଖିବାର ଅଛି କହିଛନ୍ତି ଏସପି। ଭକ୍ତଙ୍କ ଦର୍ଶନ ଶୃଙ୍ଖଳା ,ନୀତି କାନ୍ତି ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକଙ୍କୁ ନ୍ୟାୟ ଓ ସେବା ଦେବା ଲକ୍ଷ ରହିବ ।ପୁରୀ ଭଳି ସ୍ଥାନରେ ଉଭୟ ଦର୍ଶନାର୍ଥି ଓ ପର୍ଯ୍ୟଟକଙ୍କ ସୁରକ୍ଷା ସହ ଶ୍ରୀମନ୍ଦିର ଦର୍ଶନ ଶୃଙ୍ଖଳା ନୂଆ ଏସପିଙ୍କ ପାଇଁ ଚ୍ୟାଲେଞ୍ଜ ରହିବ। କିପରି ଜିରୋ କ୍ରାଇମ ପୁରୀ ଗଠନ ହେବ ସେ ନେଇ କାମ କରିବୁ l ଶ୍ରଦ୍ଧାଳୁ ମାନଙ୍କ ଶୃଙ୍ଖଳିତ ଦର୍ଶନ ସହ ଭିଡ଼ ନିୟନ୍ତ୍ରଣ କିପରି କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯିବ l ଆଗକୁ ଅନେକ ଯାନିଯାତ୍ରା କିପରି ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବ ଶ୍ରଦ୍ଧାକୁ ମାନେ କିପରି ଉପଭୋଗ କରିପାରିବେ ତା ପ୍ରତି ପୁରୀ ପୋଲିସ କାର୍ଯ୍ୟ କରିବ l ସେବାୟତ ଙ୍କ ସହ ଉତ୍ତମ ସମନ୍ୱୟ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯିବ l

Leave a Reply

Your email address will not be published. Required fields are marked *