ନୂଆ ମାଇଲଖୁଣ୍ଟ ହାସଲ କଲା ବିଏସଏନଏଲ

ନୂଆ ମାଇଲଖୁଣ୍ଟ ହାସଲ କଲା ବିଏସଏନଏଲ

ଭୁବନେଶ୍ୱର, ୨୭ ଜାନୁଆରୀ

ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ବିଏସଏନଏଲ ଓଡ଼ିଶାର ଫୋରଜି ଡାଟା ସେଣ୍ଟର ଠାରେ ସ୍ୱଦେଶୀ ଭାବରେ ବିକଶିତ ଆଇପି ମଲ୍ଟିମିଡିଆ ସବସିଷ୍ଟମ୍ (ଆଇଏମଏସ) ଉଦଘାଟନ କରାଯାଇଛି। ବିଏସଏନଏଲ ଓଡ଼ିଶାର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦୁଷ୍ମନ୍ତ କୁମାର ବେହେରା ଏହାକୁ ଉଦଘାଟନ କରିଛନ୍ତି। ଏହି ସିଷ୍ଟମ୍ ବିଏସଏନଏଲ ଗ୍ରାହକମାନଙ୍କୁ ଏଲଟିଇ (ଫୋର୍‌ଜି) ମାଧ୍ୟମରେ ଏଚଡି-ଗୁଣବତ୍ତା ଭଏସ୍ କଲ୍ ପ୍ରଦାନ କରିବ, ଯାହା ସମ୍ପୂର୍ଣ୍ଣ ସ୍ପଷ୍ଟ ଯୋଗାଯୋଗ ସୁନିଶ୍ଚିତ କରିବ । ଟିସିଏସ ଏବଂ ସିଡିଓଟି ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ବିକଶିତ, ଏହି ବ୍ୟବସ୍ଥା ପୂର୍ବ ଭାରତର ବିଏସଏନଏଲ ନେଟୱାର୍କରେ ପ୍ରଥମ ଥର ଆରମ୍ଭ କରାଯାଇଛି । ଏହା ଦୂରସଞ୍ଚାର ନବସୃଜନରେ ଆତ୍ମନିର୍ଭର ଭାରତ ଦିଗରେ ଏକ ଗୌରବଶାଳୀ ପଦକ୍ଷେପ। ଏହି ମାଇଲଖୁଣ୍ଟ ସହିତ ବିଏସଏନଏଲ ସମଗ୍ର ଓଡ଼ିଶାରେ ପ୍ରତ୍ୟେକ ବିଏସଏନଏଲ ଗ୍ରାହକଙ୍କ ପାଇଁ ନବସୃଜନ, ଆତ୍ମନିର୍ଭରଶୀଳତା ଏବଂ ବିଶ୍ୱସ୍ତରୀୟ ସଂଯୋଗ ପ୍ରତି ଏହାର ପ୍ରତିବଦ୍ଧତାକୁ ଦୃଢ଼ କରିଛି ।

Leave a Reply

Your email address will not be published. Required fields are marked *