ଗମନାଗମନକୁ ଆଉ ଏକ ପାଦ ଆଗକୁ ନେଇଛନ୍ତି ବିଧାୟକ ଆକାଶ
ଗମନାଗମନକୁ ଆଉ ଏକ ପାଦ ଆଗକୁ ନେଇଛନ୍ତି ବିଧାୟକ ଆକାଶ
କୋରେଇ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ କୋରେଇ ବ୍ଲକ୍ ଅନ୍ତର୍ଗତ ତୁଳତୀ ଗ୍ରାମପଂଚାୟତ ପିମ୍ପଲ ଛକ ଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନହକା-ଖଇରା ପୂର୍ତ ବିଭାଗ ରାସ୍ତା ଠାରୁ ଗୋପୀନାଥପୁର ଭାୟା ପିମ୍ପଲ ରାସ୍ତା ନିର୍ମାଣର ଶୁଭ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ତୁଳତୀ ଗ୍ରାମପଂଚାୟତ କୋଗାଁ ଛକ ଠାରେ ଶହ ଶହ କର୍ମୀ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଜନସାଧାରଣଙ୍କ ମୌଳିକ ସମସ୍ୟା ଦୂର କରିବା ଦିଗରେ ସଦାସର୍ବଦା ଅଗ୍ରସର ହୋଇ କୋରେଇ ବିଧାୟକ ଆଜି ଗମନାଗମନ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ନେଇଛନ୍ତି l ଏହି ପ୍ରକଳ୍ପ ଦ୍ୱାରା ତୁଳତୀ ଗ୍ରାମପଂଚାୟତ ଓ ତଳଗଡ ଗ୍ରାମପଂଚାୟତର ଗମନାଗମନ କ୍ଷେତ୍ରରେ ଯୋଗସୂତ୍ର ସ୍ଥାପନ ହେବ ବୋଲି ସୂଚନା ମିଳିଛି l
ଯାଜପୁର କୋରେଇ ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
