ନୂଆରୂପ ନେବ ଯାତ୍ରୀନିବାସ

ନୂଆରୂପ ନେବ ଯାତ୍ରୀନିବାସ

କୋଣାର୍କ ଉତ୍ସବ ପୂର୍ବରୁ ସରିବ କାର୍ଯ୍ୟ

ହୋଇପାରେ ରାଷ୍ଟ୍ରପତିଙ୍କ ଗ୍ରସ୍ତ

କୋଣାର୍କ – ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧୀନରେ କୋଣାର୍କରେ ଥିବା କୋଣାର୍କ ଯାତ୍ରୀ ନିବାସ ନୁଆରୁପ ନେବ। ଏନେଇ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର ଜାରି ରହିଛି। ୟୁନେସ୍କୋ ସ୍ଵୀକୃତିପ୍ରାପ୍ତ ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ପାଇଁ କୋଣାର୍କକୁ ବର୍ଷ ତମାମ ଦେଶ ବିଦେଶର ଅନେକ ଭିଆଇପି ଓ ଭିଭିଆଇପି ବ୍ୟକ୍ତିବିଶେଷ ମାନେ ଗ୍ରସ୍ତ କରିଥାନ୍ତି। କିନ୍ତୁ ସେମାନଙ୍କ ସାମୟିକ ରହଣୀ, ବିଶ୍ରାମ ଓ ଆଥିଥେୟ ପ୍ରଦାନ ପାଇଁ କୋଣାର୍କରେ ଉପଯୁକ୍ତ ସ୍ଥାନ ନାହିଁ। ଏହାକୁ ଆଖି ଆଗରେ ରଖି ମୂଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିଜେପି ସରକାରରେ ଉପ ମୂଖ୍ୟମନ୍ତ୍ରୀ ଥିବା ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ନିର୍ଦ୍ଦେଶରେ ଯାତ୍ରୀ ନିବାସ ଭିଆଇପି କୋଠା ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ପୂର୍ବର କୋଠାରେ ଥିବା ଆସବାବପତ୍ର, କାଠ କାମ, ସିଲିଂ କାମ, ବିଦ୍ୟୁତ୍ କାର୍ଯ୍ୟ ପର୍ଯ୍ୟାୟ କ୍ରମେ ଉଇ ଲାଗି ଖରାପ ହୋଈ ଯାଇଥିଲା। ତାହାକୁ ଅତ୍ୟାଧୁନିକ ସାଜସଜ୍ଜା ସହ ଅଧିକ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ପୁନରୁଦ୍ଧାର କରାଯାଇ ନୁଆରୂପ ନେବାକୁ ଯାଉଛି। ପର୍ଯ୍ୟଟନ ମନ୍ତ୍ରୀ ଥିବା ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଯୋଗୁଁ କୋଣାର୍କରେ ଏକ ବିଶ୍ବସ୍ତରୀୟ ଭିଆଇପି କୋଠା ହୋଇପାରିବ ଯାତ୍ରୀ ନିବାସ। ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏଜେନ୍ସି ପକ୍ଷରୁ ଯୁଦ୍ଧ କାଳୀନ ଭିତ୍ତିରେ ଜୋରଦାର କାର୍ଯ୍ୟ ଜାରି ରହିଛି। ଆଗାମୀ ଡ଼ିସେମ୍ବର କୋଣାର୍କ ଉତ୍ସବ ପୂର୍ବରୁ ନୂଆ ରୂପ ନେଇ ସାରିଥିବା ଆଶା କରାଯାଉଛି। ଏଥି ସହିତ ହୋଇପାରେ ରାଷ୍ଟ୍ରପତିଙ୍କ ଗ୍ରସ୍ତ। ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କୋଣାର୍କ ପରିଦର୍ଶନରେ ଆସି ପାରନ୍ତି। ଏଠାରେ ସେ ସାମୟିକ ରହଣୀ ଓ ବିଶ୍ରାମ କରିପାରନ୍ତି ବୋଲି ସୁଚନା ମିଳିଛି। ତା ସହିତ ଦେଶ ବିଦେଶର ଅନେକ ଭିଆଇପି ମାନେ ଏଠାରେ ରହିବାର ସୁବିଧା ସୁଯୋଗ ତିଆରି କରାଯାଉଛି। ଏଥିପାଇଁ କୋଣାର୍କ ବାସିନ୍ଦା ମାନେ ପର୍ଯ୍ୟଟନ ବିଭାଗ ଓ ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *