ନୂତନ ଟାଉନ ଥାନା ଅଧିକାରୀଙ୍କୁ ଭଏସ ଓଏଫ୍ ମିଡ଼ିଆର ସଭାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଙ୍କ ସ୍ବାଗତ
ନୂତନ ଟାଉନ ଥାନା ଅଧିକାରୀଙ୍କୁ ଭଏସ ଓଏଫ୍ ମିଡ଼ିଆର ସଭାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଙ୍କ ସ୍ବାଗତ ।
ଫୁଲବାଣୀ, କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଆଦର୍ଶ ଟାଉନ ଥାନାରେ ନୂତନ ଆଇଆଇସି ଭାବେ ରିତମ୍ଭରା ପ୍ରଜନାକର ଯୋଗ ଦେଇଛନ୍ତି । ଏହାପୂର୍ବରୁ ପି, ସ୍ୱରୂପ କିଶନ ଥାନା ଅଧିକାରୀ ଥିଲେ । ସେ ଦୀର୍ଘ ୧୪ ମାସ ମଧ୍ୟରେ ଫୁଲବାଣୀ ର ଟ୍ରାଫିକ ସମସ୍ୟା କୁ ସୁଧାରିବା ସହ ସହର ର ଅସାମାଜିକ ତତ୍ତ୍ୱକୁ ସାବାଡ଼କରି ଶାନ୍ତିଶୃଙ୍ଖଳା କୁ ବଜାୟ ରଖିଥିଲେ, ସେ ଆଇଆଇସି ଭାବେ ଲୋକଙ୍କର ବିଶ୍ୱାସ ଭାଜନ ହେବାସହ ଲୋକପ୍ରିୟ ହୋଇଥିଲେ । ସ୍ୱରୂପକିଶନଙ୍କର ଅନୁଗୁଳ ଜିଲ୍ଲାକୁ ବଦଳି ହୋଇଛି, ନୂତନ ଆଇ ଆଇସି ରିତମ୍ଭରା କର ଙ୍କୁ ଭଏସଅଫ ମିଡ଼ିଆର ଜିଲ୍ଲା ସଭାପତି ଶିବାନନ୍ଦ ପଟ୍ଟନାୟକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ କୁମାର ଡିଗାଲ, ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ନୂତନ ଆଇଆଇସି ଫୁଲବାଣୀ ସଦର ମହକୁମାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ, ଟ୍ରାଫିକ ବ୍ୟବସ୍ଥା କୁ ଅଧିକ ବ୍ୟବସ୍ଥିତ କରିବା ସହ ଅସାମାଜିକ ତତ୍ତ୍ୱକୁ ଦୃଢ଼ ଭାବେ ଦମନ କରିବା ସହ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା, ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନେଇ ଅଗ୍ରାଧିକାର ଦେବେ ବୋଲି ପ୍ରକାଶ କରିଛନ୍ତି ।
