ଇଭି ସୋରୁମରେ ନୁଆ ଗାଡି ବିସ୍ପୋରଣ ହୋଇ ଭୟାଭୟ ଅଗ୍ନିକାଣ୍ଡ,

କୋଣାର୍କ ମାଧିପୂର ଛକ ନିକଟରେ ଥିବା ଇଭି ସୋରୁମରେ ନୁଆ ଗାଡି ବିସ୍ପୋରଣ ହୋଇ ଭୟାଭୟ ଅଗ୍ନିକାଣ୍ଡ ଘଟିଥିଲା । ଘଟଣା ସ୍ଥଳରେ ବିଳମ୍ବରେ ଦମକଳ ଗାଡି ପହଞ୍ଚିଥିଲା। ଯାହା ଫଳରେ ୩୦ଟି ବିଦ୍ୟୁତ୍ ଚଳିତ ଗାଡି ଜଳି ସମ୍ପୂର୍ଣ୍ଣ ଧ୍ଵଂସ ହୋଈ ଯାଇଛି। ଏଵଂ ୫୦ ଲକ୍ଷ ଟଙ୍କାର ସମ୍ପତି ପୋଡ଼ି ପାଉଁଶ ହୋଇଯାଇଛି। ସୁଚନା ଅନୁଯାୟୀ କୋଣାର୍କ ନିକଟସ୍ଥ ମାଧିପୁର ଛକରେ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ଥିବା ଶ୍ରୀ ଜଗନ୍ନାଥ ଉଭି ଏଡିଏମଏସ ବ୍ୟାଟେରୀ ଗାଡି ସୋ ରୁମରେ ବୁଧବାର ସନ୍ଧ୍ୟାରେ ଏକ ନୂତନ ଗାଡି ହଠାତ୍ ବିସ୍ପୋରଣ ହୋଇଥିଲା। ଯାହା ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ସୋ ରୁମ୍ ସାରା ବ୍ୟାପି ଜଳିଥିଲା। ସେଠାରେ ଥିବା ମାଲିକ ଓ କର୍ମଚାରୀ ମାନେ ଚେଷ୍ଟା କରିଥିଲେ ମଧ୍ଯ ନିଆଁକୁ ଆୟତ୍ତ କରିପାରିଲେ ନାହିଁ। ଯାହା ଫଳରେ ଗୋଟେ ପରେ ଗୋଟେ ଗାଡି ଜଳି ସମ୍ପୂର୍ଣ୍ଣ ଧ୍ଵଂସ ହୋଇଗଲା ।

ଅଗ୍ନିଶମ ବିଭାଗ କୁ ଯୋଗାଯୋଗ କରିଥିଲେ ମଧ୍ୟ ସେମାନେ ବହୁ ବିଳମ୍ବରେ ଆସି ପହଞ୍ଚି ଥିଲେ। ଯାହା ଫଳରେ ପ୍ରାୟ ୫୦ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ଧ୍ଵଂସ ହୋଇଯାଇଛି। ପ୍ରାଣ ବିକଳରେ ମାଲିକ ସହ ଦୁଇଜଣ ମହିଳା କର୍ମଚାରୀଙ୍କ ସହ ଗ୍ରାହକ ମଧ୍ଯ ଦୌଡ଼ି ବାହାରି ଯାଇଥିଲେ ଏଠାରେ ଯଦିଓ କୌଣସି ବ୍ୟକ୍ତି ଙ୍କର କିଛି କ୍ଷତି ହୋଇନାହିଁ କିନ୍ତୁ ଗାଡି ସୋ ରୁମ ଭିତରେ ଅଗ୍ନି ନିର୍ବାପକ ଯନ୍ତ୍ର ନଥିଲା । ଯାହା ଫଳରେ ସାମାନ୍ୟ ଅଘଟଣ କାରଣରୁ ଭୟଙ୍କର ଅଘଟଣ ଘଟିଲା।କୋଣାର୍କରେ କାହିଁକି ଅନେକ ବ୍ୟବସାୟୀକ ପ୍ରତିଷ୍ଠାନ ରେ ଅଗ୍ନି ନିର୍ବାପକ ଯନ୍ତ୍ର ରହୁନି ଯାହା ଫଳରେ ଏଭଳି ଅଭାବ ନିୟ ଘଟଣା ଘଟୁଛି। ଅଗ୍ନିଶମ ବାହୀନି କରୁଛି କଣ। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *