ନୂଆ ବରଷ
ନୂଆ ବରଷ ନୂଆ ବରଷ
ଦିଅ ହରଷ ଦିଅ‌ ହରଷ
ସଭିଙ୍କ‌ ମନ ଖୁସି
ପୂଜା ପଣାରେ ମାତନ୍ତି କିଏ
ଖାଆନ୍ତି କିଏ ଖାସି
ସଭିଙ୍କ ମନ ଖୁସି।
ମାଛ ଦୋକାନେ ପ୍ରବଳ ଭିଡ଼
ଭିଡ଼ ମାଂସ ଦୋକାନେ
ଫୁଲ ତୋଡା ଦାମ୍ ଅଧିକ ଭିଡ଼ ବହି ଦୋକାନେ
ଭିଡ଼ ମାଂସ ଦୋକାନେ।
ନେତା ଙ୍କ ଠାରୁ ଅଫିସର୍ ଙ୍କ ପାଖରେ ବହୁ ଲୋକ
କିଏ ତ ଦିଏ ନୂଆ ଡାଇରୀ ତାସଙ୍ଗେ ଫୁଲଯାକ
ପାଖରେ ବହୁ ଲୋକ।
ଆଶିଷ ଦିଅ ହେ ଜଗନ୍ନାଥ
ସର୍ବେ ରହିବେ ସୁସ୍ଥ
ନୂଆ ବରଷ କଟିବ ତହିଁ
ଲଭି ବହୁ ଆଶ୍ବସ୍ତ
ସର୍ବେ ରହିବେ ସୁସ୍ଥ।


ଶ୍ରୀ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ)
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା

Leave a Reply

Your email address will not be published. Required fields are marked *