ନବବର୍ଷ ଉପଲକ୍ଷେ ସାଂସଦ ଓ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ବଡ଼ଚଣା :ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ କଳାଶ୍ରୀ ଗ୍ରାମ ମାତୃକୃପା ଭବନ, ମାତୃକୃପା ଏମ୍ପାୱାରମେଣ୍ଟ ଫାଉଣ୍ଡେସନ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ନବବର୍ଷ ଉପଲକ୍ଷେ ଯାଜପୁରର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଡ଼ଃ ରବିନ୍ଦ୍ର ନାରାୟଣ ବେହେରା ଓ ବଡଚଣାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅମର କୁମାର ନାୟକଙ୍କୁ ଚଣ୍ଡିଖୋଲ ସ୍ଥିତ ବିଜେପି କାର୍ଯ୍ୟାଳୟ ପରିସରରେ ଶୁଭେଚ୍ଛା, ଅଭିନନ୍ଦନ ଓ ଦୀର୍ଘାୟୁ କାମନା କରି ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି।ମାତୃକୃପା ଏମପାୱାରମେଣ୍ଟର ନିର୍ଦ୍ଦେଶକ ଓ ମାର୍ଗ ଦର୍ଶକ ହିମାଂଶୁ ଶେଖର ସାମଲଙ୍କ ମାର୍ଗ ଦର୍ଶନରେ ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ,ଅଧ୍ୟକ୍ଷା ତଥା ସମାଜ ସେବୀକା ଶ୍ରୀମତୀ ଜୟନ୍ତୀ ସାମଲଙ୍କ ନେତୃତ୍ୱରେ ସହ ପ୍ରତିଷ୍ଠାତା ଉତ୍ତମ ଦାସ୍, ମହେନ୍ଦ୍ର କୁମାର ସାମଲ, ହଳଧର ସାହୁ, ସଭାପତି ସୌମ୍ୟରଞ୍ଜନ ପରିଡା, ଉପ ସଭାପତି କାଳନ୍ଦୀ ଚରଣ ମହାନ୍ତି ଓ ପ୍ରକାଶ ଚନ୍ଦ୍ର ପ୍ରଧାନ, ସମ୍ପାଦକ ଚିନ୍ମୟ କୁମାର ଶାନ୍ତି, ସହ ସମ୍ପାଦିକା ସଙ୍ଗୀତା ସାମଲ ଓ ରଶ୍ମିତା ଦାସ୍,କୋଷାଧ୍ୟକ୍ଷ ମୃତ୍ୟୁଞ୍ଜୟ ସିଂ,ସଂଯୋଜକ ଦିବ୍ୟରଞ୍ଜନ ବାରିକ୍, ଉପଦେଷ୍ଟା ଅମୀୟ କୁମାର ସାହାଣୀ, ସନ୍ତୋଷ କୁମାର ଜେନା,ନବକିଶୋର ରାଉତ ପ୍ରମୁଖଙ୍କ ସହିତ ପ୍ରାୟ ୫୦ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ସ୍ବେଚ୍ଛାସେବୀ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ଚରଣ ତଳେ ଭକ୍ତି ପୁଷ୍ପାଞ୍ଜଳି ଅର୍ପଣ କରି ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଏହି ସମ୍ବର୍ଦ୍ଧନା ଉତ୍ସବରେ ଏତେ ସଂଖ୍ୟକ ସ୍ବେଚ୍ଛାସେବୀ ଭାଇ ଭଉଣୀଙ୍କୁ ଦେଖି ବିଧାୟକ ଓ ସାଂସଦ ଭାବ ପ୍ରବଣ ହୋଇଯାଇଥିଲେ।ବିଧାୟକ ଶ୍ରୀଯୁକ୍ତ ନାୟକ ତାଙ୍କ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ଯେ ବନ୍ୟା, ବାତ୍ୟା, ମରୁଡି ହେଉ ଅବା ଘରପୋଡି ବିପନ୍ନ ପରିବାର ନିକଟରେ ହୁଏତ ପ୍ରଶାସନ ବିଳମ୍ବରେ ପହଞ୍ଚି ତାଙ୍କୁ ଥଇଥାନ କରିବା ସହିତ ଆଶ୍ୱସନା ଦେଇପାରେ କିନ୍ତୁ ମାତୃକୃପା ଏମ୍ପାୱାର ଫାଉଣ୍ଡେସନ କୌଣସି ସୂତ୍ରରୁ ଖବର ସଂଗ୍ରହ କରି ଅବିଳମ୍ବେ ବିପନ୍ନ ପରିବାର ନିକଟରେ ପହଞ୍ଚି ଯଥା ସମ୍ଭବ ସହାୟତା ପ୍ରଦାନ କରିବା ସହିତ ବିପନ୍ନ ପରିବାର ଆଖିରୁ ଝରି ଆସୁଥିବା ଲୁହକୁ ପୋଛିଦେଇ ଆଶା ଭରସାର ପ୍ରତିଶୃତି ପ୍ରଦାନ କରୁଥିବାର ଅତୀତରେ ଓ ଏବେ ମଧ୍ୟ ବହୁ କ୍ଷେତ୍ରରେ ଦେଖିବାକୁ ମିଳିଛି।ଜଣେ ସମର୍ପିତ ବ୍ୟକ୍ତିତ୍ୱ ନ ହେଲେ ଏଭଳି ଉଲ୍ଲେଖନୀୟ ଓ ହୃଦୟସ୍ପର୍ଶୀ କାର୍ଯ୍ୟ କରି ପାରିବ ନାହିଁ।ଏ ଫାଉଣ୍ଡେସନ ଓ ତାର କାର୍ଯ୍ୟ କଳାପକୁ ମୁଁ ବହୁ ନିକଟରୁ ଦେଖିଛି ଯାହାକି ଅବିଶ୍ୱସନୀୟ ପରି ମନେ ହୁଏ।ଏ ସଙ୍ଗଠନ ଆଗାମୀ ଦିନରେ ଆହୁରି ଅଧିକ ଭାବରେ ଅସହାୟ, ନିଃସହାୟ ଓ ବିପନ୍ନ ଲୋକମାନଙ୍କ ପାଇଁ ଆଶାବାଡି ସାଜିବ ଏହା ମୋର ପୁର୍ଣ ବିଶ୍ୱାସ ରହିଛି।ଏ ସଙ୍ଗଠନକୁ ଅଧିକ ଲୋକାଭିମୁଖୀ ଓ କ୍ରିୟାଶୀଳ କରାଇବା ପାଇଁ ସଙ୍ଗଠନର ସଦସ୍ୟମାନେ ଯାହା ମୋର ସାହାଯ୍ୟ ଲୋଡିବେ ତାହା ମୁଁ ଯୋଗାଇ ଦେବାପାଇଁ ପ୍ରତିଶୃତି ବଦ୍ଧ ବୋଲି ବିଧାୟକ ତାଙ୍କ ବକ୍ତବ୍ୟ ଛଳରେ କହିଥିଲେ।ଠିକ୍ ସେହିପରି ସାଂସଦ ଡ଼ଃ ବେହେରା ଅତୀତ ଦିନର ଫାଉଣ୍ଡେସନର ସମସ୍ତ କାର୍ଯ୍ୟକଳାପକୁ ତର୍ଜ୍ଜମା କରି ଖାଲି ଯାଜପୁର ଜିଲ୍ଲାରେ ନୁହେଁ ସମଗ୍ର ରାଜ୍ୟରେ ମାତୃକୃପା ଏମ୍ପାୱାର ଫାଉଣ୍ଡେସନ ବହୁ ସୁନାମ ଅର୍ଜନ କରିଛି ଓ ଏହାର ସମସ୍ତ ସଦସ୍ୟମାନେ ବାସ୍ତବରେ ଧନ୍ୟବାଦର ପାତ୍ର।ତାଙ୍କଠାରୁ ଏହିଭଳି ସେବା ରାଜ୍ୟର ଅସହାୟ ନିଃସହାୟ ଲୋକ ଆଶା କରନ୍ତି ବୋଲି ସାଂସଦ ଡ଼ଃ ବେହେରା ପ୍ରତିକ୍ରିୟା ରଖିଥିଲେ।
