ନୂଆବର୍ଷ ଚଳଚଞ୍ଚଳ ଶ୍ରୀକ୍ଷେତ୍ର
ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ବଡଦାଣ୍ଡ ପୁରୀ,୧/୧-ଇଂରାଜୀ ନବବର୍ଷ ୨୦୨୫ ସୁଖଦ ଅନୁଭୂତିରେ କଟିବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ର ଆସିଛନ୍ତି । ବଡଦାଣ୍ଡରେ ପାଦରେ ଚାଲି ଚାଲି ଯିବା ସମୟରେ ଲକ୍ଷାଧିକ ଭକ୍ତ ଦୁଇ ହାତକୁ ଉପରକୁ ଟେକି ଜୟ ଜଗନ୍ନାଥ କହୁଥିବା ଶୁଣିବାକୁ ମିଳୁଥିଲା । ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଠାରୁ ବାଉଁଶ ବ୍ଯାରିକେଡ ଦେଇ ଭକ୍ତ ମାନେ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରୁଥିଲେ । ବହୁ ସମୟ ଧରି ଅପେକ୍ଷା କରିବା ପରେ ଚକାଆଖି ସହ ଭକ୍ତ ମର ଆଖି ମିଶିବା ପରେ ଭକ୍ତ ଆତ୍ମସନ୍ତୋଷ ଲାଭ କରିଛନ୍ତି । ବର୍ଷଟିରେ ସୁଖରେ କଟିବ ସେଥିପାଇଁ କାଳିଆ ସମ୍ମୁଖରେ ଗୁହାରି କରିଛନ୍ତି । ନୂଆବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ଯାପକ ବନ୍ଦୋବସ୍ତ କରାଯାଇଥିଲା

। ସଠିକ ସମୟରେ ନୀତିକାନ୍ତି ସମାପିତ ହୋଇଥିଲା । ସୁରକ୍ଷା ପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ବ୍ଯାପକ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ସାଧା ପୋଷାକ ଧାରି ପୋଲିସ ଅଧିକାରୀଙ୍କ ସମେତ ସିସିଟିଭି ବ୍ୟବସ୍ଥା କରାଯାଇଥିଲା । ଭକ୍ତମାନେ ସିଂହଦ୍ଵାର ପ୍ରବେଶ କରି ଅନ୍ଯ ତିନି ଦ୍ବାରରେ ପ୍ରସ୍ଥାନ କରିଥିଲେ । ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ସାରି ବେଳାଭୂମିର ଅପରୂପ ଦୃଶ୍ଯ ଉପଭୋଗ କରିଥିଲେ ବେଳାଭୂମିର ସୁରକ୍ଷା ପାଇଁ ଶହଶହ ଲାଇଫଗାର୍ଡ ଓ ପୋଲିସ ମୁତୟନ ହୋଇଥିଲେ । ଶ୍ରୀକ୍ଷେତ୍ର ଶ୍ରୀମନ୍ଦିର ଓ ସମୁଦ୍ର ଦର୍ଶନ କରି ନବବର୍ଷ ପାଳନ କରିଥିଲେ ।
