ଗୋଠିଣା ମହିମା ଆଶ୍ରମ ରେ ନବାନ୍ନ ଉତ୍ସବ ପାଳିତ

ରଘୁନାଥପୁର/ତା ୨୭/୦୮/୨୫ ରିଖ। ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୋଠିଣା ଗ୍ରାମରେ ଆଜି ବ୍ରାହ୍ମ ମୁହୂର୍ତ୍ତରେ ଘୃତବତୀ ଅର୍ପଣ ପୂର୍ବକ ଜଗତ ଭକତଙ୍କ କଲ୍ୟାଣ ନିମନ୍ତେ ମହିମା ପ୍ରଭୁଙ୍କୁ ବାଲ୍ୟଲୀଳା ଅର୍ପଣ କରାଯାଇ ନୂତନ ଚୁଡା ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସୁମିଷ୍ଟ ସୁସ୍ୱାଦୁ ସାତ୍ତ୍ୱିକ ଆବଶ୍ୟକୀୟ ଦ୍ରବ୍ୟ ମିଶ୍ରିତ ବିଭିନ୍ନ ଫଳମୂଳ ତଥା ଗୁଡ଼, ବିଶୁଦ୍ଧ ଘୃତ ,ମହୁ ଆଦି ଦ୍ୱାରା ନବାନ୍ନ ସାଧୁ ବାବା , ଭକ୍ତ ମାନଙ୍କ ର ମାଧ୍ୟମରେ ପ୍ରସ୍ତୁତ କରାଯାଇ ଥିଲା। ଉକ୍ତ ପ୍ରସ୍ତୁତ ନବାନ୍ନ ଉତ୍ସବରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକ୍ ତଥା ରଘୁନାଥପୁର, ବିରିଡ଼ି ଓ ଜଗତସିଂହପୁର ବ୍ଲକ ଅଞ୍ଚଳରୁ ମହିମା ଶ୍ରିତଃ ଭକ୍ତ ମାନେ ଯୋଗ ଦେଇଥିଲେ। ସମୂହ ଭାବରେ ଭିକ୍ଷା ଆସ୍ଥାନ ରେ ନବାନ୍ନ ସେବନ କରାଯାଇ ଥିଲା। ବ୍ରହ୍ମ ଅବଧୂତ ବେଣୁଧର ବାବା ମହୋଦୟ ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଟି ଆୟୋଜନ କରାଯାଇଥିବା ବେଳେ ଏହାକୁ ସାଧୁ ଅନନ୍ତ ଦାସ ପରିଚାଳନା କରିଥିଲେ। ଏଥିସହିତ ଗୋଠିଣା ଗ୍ରାମର ଭକ୍ତ ଏବଂ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *