ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥ ଜୋନ୍‌ ।

ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥ ଜୋନ୍‌ ।ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥରେ ସାମିଲ କରାଯାଇଥିବା କେତେକ ରେଳ ଷ୍ଟେସନ୍‌କୁ ନେଇ କିଛି ଆଶଙ୍କା ଓ ଚିନ୍ତା ପ୍ରକାଶ ପାଇଛି। ଏହା ସମ୍ବନ୍ଧରେ ପ୍ରକୃତ ସ୍ଥିତି ନିମ୍ନରୂପେ ସ୍ପଷ୍ଟ କରାଯାଉଛି:● ପଲାସା – ଇଚ୍ଛାପୁରମ୍ ସେକ୍ସନ୍ (~ 50 କିଲୋମିଟର) ରେ ପଲାସା, ସୁମ୍ମାଦେବୀ, ମଣ୍ଡାସା ରୋଡ୍, ବାରୁଭା, ସୋମପେଟା, ଝାଡୁପୁଡି ଏବଂ ଇଚ୍ଛାପୁରମ୍ ଭଳି ୭ଟି ଷ୍ଟେସନ୍‌ ରହିଛି। ଏହି ସମସ୍ତ ଷ୍ଟେସନ୍‌ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ଅବସ୍ଥିତ। ଏହି ଷ୍ଟେସନ୍‌ଗୁଡ଼ିକ ମଧ୍ୟରୁ କୌଣସିଟି ଓଡ଼ିଶା ମଧ୍ୟରେ ଅବସ୍ଥିତ ନୁହେଁ।ଏହି ଷ୍ଟେସନ୍‌ଗୁଡ଼ିକ ଛୋଟରୁ ମଧ୍ୟମ ଶ୍ରେଣୀର ଷ୍ଟେସନ୍‌ ଯାହା ମୁଖ୍ୟତଃ ଯାତ୍ରୀ ପରିବହନ ପରିଚାଳନା କରିଥାଏ । ଏଥି ମଧ୍ୟରୁ କୌଣସି ଷ୍ଟେସନ୍‌ ପ୍ରମୁଖ ମାଲ ପରିବହନର କେନ୍ଦ୍ର ନୁହେଁ।● ପୂର୍ବ ତଟ ରେଳପଥର ରାଜସ୍ୱରେ ଏହାର କୌଣସି ପ୍ରଭାବ ନାହିଁ।ଷ୍ଟେସନଗୁଡ଼ିକ ଯେକୌଣସି ରେଳ ଜୋନ ପରିସୀମାରେ ରହିଲେ ମଧ୍ୟ , ପାସ-ଥ୍ରୁ ପଣ୍ୟ ପରିବହନ (ଏହି ଷ୍ଟେସନଗୁଡ଼ିକ ଦେଇ ଯାଉଥିବା ଟ୍ରେନ୍) ନିରବଚ୍ଛିନ୍ନ ଭାବରେ ଜାରି ରହିବ।● କ୍ଷେତ୍ରୀୟ ସୀମାରେଖା ମଧ୍ୟରେ ରେଳ ଚଳାଚଳ ନିରବିଚ୍ଛିନ୍ନ ଭାବେ ଜାରି ରହିଛି।ଏହା ଦ୍ୱାରା ଟ୍ରେନ୍‌ ଚଳାଚଳରେ କୌଣସି ବାଧା ସୃଷ୍ଟି ହେବ ନାହିଁ।

ବର୍ତ୍ତମାନ ଚାଲୁଥିବା ସମସ୍ତ ଟ୍ରେନ୍‌, ଯଥା ପଲାସା–ଭୁବନେଶ୍ୱର, ପଲାସା–କଟକ ଏବଂ ଇଚ୍ଛାପୁରମ୍‌–କଟକ ମେମୁ/ଯାତ୍ରୀବାହୀ ଟ୍ରେନ ଗୁଡିକର ସମୟସୂଚୀ କିମ୍ବା ମାର୍ଗରେ କୌଣସି ପରିବର୍ତ୍ତନ ବିନା ପୂର୍ବବତ୍‌ ଚାଲୁ ରହିବ।● ବିଶାଖାପାଟଣା ମଣ୍ଡଳରେ ଯାତ୍ରୀ ସେବାଗୁଡ଼ିକର ସୁଗମ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ଏହା ଏକ ବୈଷୟିକ ସଂଶୋଧନ ମାତ୍ର ଅଟେ ।● ପୂର୍ବ ତଟ ରେଳପଥ ଏବଂ ଦକ୍ଷିଣ ତଟ ରେଳପଥ ମଧ୍ୟରେ କର୍ମଚାରୀ ନିୟୋଜନ ସମେତ ସ୍ଥାନାନ୍ତରଣ ପଦ୍ଧତିଗୁଡ଼ିକୁ ଚୂଡ଼ାନ୍ତ କରାଯାଉଛି। ସମସ୍ତ ରେଳ କର୍ମଚାରୀଙ୍କ ସ୍ୱାର୍ଥ ଏବଂ ସେବା ସର୍ତ୍ତାବଳୀ ପ୍ରତିଷ୍ଠିତ ନିୟମ ଅନୁଯାୟୀ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ।● ଓଡ଼ିଶା ପ୍ରତି ଭାରତ ସରକାରଙ୍କ ପ୍ରତିବଦ୍ଧତା ଅତୁଟ ରହିଛି। ଓଡ଼ିଶାରେ ରେଳ ନେଟୱାର୍କର ସମ୍ପ୍ରସାରଣ, ଷ୍ଟେସନ ଗୁଡିକର ଆଧୁନିକୀକରଣ, ବନ୍ଦେ ଭାରତ ରେଳ ସେବା ଏବଂ ପୂର୍ବ ତଟ ରେଳପଥ ଅଧୀନରେ ନବଗଠିତ ରାୟଗଡା ଡିଭିଜନ ଉପରେ ରେକର୍ଡ ପୁଞ୍ଜି ନିବେଶ ଭଳି ପଦକ୍ଷେପ ଗୁଡିକ ଏହି ପ୍ରତିବଦ୍ଧତାର ସ୍ପଷ୍ଟ ପ୍ରତିଫଳନ ଅଟେ ।

Leave a Reply

Your email address will not be published. Required fields are marked *