ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରି ଶ୍ରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ବିଷ୍ଣୁପୁର ଗ୍ରାମସ୍ଥିତ ପାଣିଟାଙ୍କି ନିକଟରୁ ଏକ ଯୁବକ ଯାହାଙ୍କ ନାମ ସରୋଜ କୁମାର ବେହେରା ,ବୟସ-37 ବର୍ଷଙ୍କୁ ଗିରଫ କରି ତାଙ୍କ ଠାରୁ 52 ଗ୍ରାମ ହେରୋଇନ (ବ୍ରାଉନ ସୁଗାର) ଜବତ ହେଲା ଏବଂ ନିମାପଡା ଅବକାରୀ ଥାନା କେସ ନଂ -147/23-24ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ- କlରଗlରକୁ ପଠାଯାଇଛି. ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 5,20,000/-ଟଙ୍କାରୁ ଉର୍ଦ୍ଧ ହେବ. ଏହି ଚଢ଼ାଉରେ ଅବକାରୀ ASI ଶ୍ରୀ ଜିତେନ୍ଦ୍ର ବେହେରା ଏବଂ ଅବକାରୀ କର୍ମଚାରୀ ଯଥା – ସ୍ଵାଗତିକା ଘଡେଇ,ତପନ ପ୍ରଧାନ,ସେକ ୱାରିସ, ଶରତ ଚନ୍ଦ୍ର ସାହୁ ପ୍ରମୁଖ ସାମିଲ ଥିଲେ.

Leave a Reply

Your email address will not be published. Required fields are marked *