ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ସୁଶାସନ, ନୀତି ଆଦର୍ଶ ଓ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ହୋଇ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ଆସ୍ଥା ପ୍ରକଟ କରି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଳକ ରାମଲେଙ୍କା ପଞ୍ଚାୟତ କୁମାରପୁର ଗ୍ରାମର ରାକେଶ ବେହେରାଙ୍କ ପରିବାର ଭାରତୀୟ ଜନତା ପାର୍ଟି ପରିତ୍ୟାଗ କରି ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବ୍ରହ୍ମଗିରି ନିର୍ବାଚନୀ ମଣ୍ଡଳୀ ଯୁବ ଜନତା ଦଳର ସଭାପତି ଦିଲ୍ଲିପ ରଣସିଂହ ଯୁବ ନେତା ଅଭୟ ମହାପାତ୍ର, ଅନିଲ କୁମାର ସାହୁ, ଛାତ୍ର ନେତା ଶାନ୍ତନୁ ମାଝୀ, ବସନ୍ତ ପ୍ରଧାନ, ଲଲିତ ରଣସିଂହ ପ୍ରମୁଖ ଉପସ୍ଥିତ ରହି ସ୍ଵାଗତ କରିଛନ୍ତି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *