ଆଶ୍ରୟ ନେବାକୁ କୁଡ଼ିଆ ଟିଏ ନାହିଁ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାହା ପାଇଁ !ପର୍ଲା ୦6/୦୭:ପକ୍କା ଘର ନାଇ ହେଲା ନାଇ ମୋ କେ କୁଡ଼ିଆ ଟେ ମିଲଲେ ବି ଚଳବା,ଏବେ ପରର ଘରେ ମୁଇ ପିଲା ଛୁଆ ଧରି ଆଶ୍ରୟ ନେଇଛେ-ଏ ଥିଲା ଏକ ବାସହୀନ ହୀନ କପାଳିର ପରିଭାଷା।କୁଣ୍ଠ ରୁଦ୍ଧ ଦରଜି ଭାଷା ରେ ଚିତ୍କାର କରୁଛି –ହେ ପ୍ରଶାସନ, ନେତା ,ମନ୍ତ୍ରୀ ମୋ ଦୁଃଖ ଶୁଣ-କେହିତ ମୋତେ ସହାୟତା କର—!ଧର୍ମଗଡ ବ୍ଲକ ଧଅରପୁର ପଞ୍ଚାୟତ ଭାଲୁଚୁଆ ଗ୍ରାମର ବିଧବା ପ୍ରେମଶିଳା ଜାଲ ଙ୍କ ଦୁଃଖ ଏବେ ଶୀର୍ଷ ରେ ଥିବା ଦେଖିବାକୁ ମିଳିଛି।ଯିଏ ବି ଦେଖିବ ମୁହଁରୁ ବାହାରି ପଡିବ ସତରେ ଏ କେଡେ ଦୁଃଖୀ।ବାସ୍ତବରେ ପ୍ରେମଶିଳା ର କାହାଣୀର ଅନ୍ତ କେବେ ଘଟିବ କହିବା ମସ୍କୁଲ।ଖଣ୍ଡେ ମୁଣ୍ଡ ଗୁଞ୍ଜିବା କୁ ଘର ଟିଏ ନାହିଁ।ବର୍ଷା ଦିନ ତିନି ପୁଅ ଝିଅ କୁ ନେଇ କୋଉଠି ରହିବ।ଦିନ ଥିଲା –ଏହି ଚାଲ ଛପର କୁଡ଼ିଆ ରେ ସେ ଆଉ ସ୍ୱାମୀ, ତିନି ପୁଅଝିଅ ରହିଆସୁଥିଲେ।ଏଣୁ ତେଣୁ କାମ ଧନ୍ଦା କରି ପରିବାର ଖୁସିରେ ରହୁଥିଲେ।ହଠାତ ୧୦ବର୍ଷ ତଳେ ସ୍ୱାମୀ ର ମୃତ୍ୟୁ ହୁଏ।ପୁଅ ଝିଅ ର ମୁହଁ ଦେଖି ତାଙ୍କ ମୁହଁରେ ଆହାର ଦେବାକୁ ଅଣ୍ଟା ଭିଡେ ପ୍ରେମଶିଳା।ପରଘରେ ମୂଳ ଲାଗି ଯାହା ଆଣେ ସେଥିରେ ଘରର ଚୁଲି ଜଳେ।ହେଲେ ଏଠି କାମଧନ୍ଦା ର ଅଭାବ ଦେଖା ଦେବାରୁ ଗତ ୯ମାସ ତଳେ ପିଲା ଛୁଆ କୁ ଧରି ଆନ୍ଦ୍ରପ୍ରଦେଶ ଦାଦନ ଖଟିବାକୁ ବାହାରି ପଡିଲେ।ଝାଟି ମାଟି ଦ୍ଵାର ମୁହଁରେ କଣ୍ଟା ପକେଇ ବାହାରି ଯାଇଥିଲେ ଆନ୍ଦ୍ରପ୍ରଦେଶ।ସେଠାରେ ବଡ଼ ଝିଅ ଆଉ ସେ ଏକ ଘରୋଇ ଠିକାଦାର ନିକଟରେ କାମ କରି ଦ୍ଵି ପଇସା ବି ପାଇଲେ।ହେଲେ କିଛି ଦିନ ତଳେ ନିଜ ଭିଟାମାଟି କୁ ସେ ଫେରି ଆସି ତାଙ୍କ ଝାଟିମାଟି ଘର ସମ୍ପୁର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ପାଇଲେ।ଗତ କିଛି ଦିନ ତଳେ ହୋଇଥିବା କାଳ ବୈଶାଖୀ ପ୍ରଳୟ ରେ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇ ବେଳେ ପ୍ରେମଶିଳା ଉପରେ ଚଡକ ପଡିଛି।ଏବେ ମୌସୁମୀ ବର୍ଷା ଲାଗି ରହିଥିବା ତା ପାଇଁ ଚିନ୍ତା ବଢ଼ାଇଛି।ବର୍ଷା ଦିନ –ପିଲାଛୁଆ ଆଉ ସେ କୋଉଠି କେମିତି ରହିବେ –ସ୍ତବ୍ଧ ପାଲଟି ଯାଇଛନ୍ତି ପ୍ରେମଶିଳା।ତାର ଦୁର୍ଦ୍ଦଶା ଦେଖି ଜଣେ ସମ୍ପର୍କୀୟ ମହାନତା ଦେଖାଇ ନିଜ ଘରେ ଆଶ୍ରୟ ଦେଇଛନ୍ତି।ହେଲେ ଏଭଳି ଗରିବ ଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ପାଲଟି ଥିବା ଏବେ ଆଲୋଚନା ର ବିଷୟ ହୋଇଛି।ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ଏବେ ପ୍ରଶ୍ନ ଉଠିଛି।କୋଠା ବାଢି ଥିବା ଲୋକ ଆବାସ ଯୋଜନାରେ ସମ୍ପୃକ୍ତ ହୋଇଥିବା ବେଳେ ପ୍ରେମଶିଳା ଭଳି ଗରିବ ଲୋକ ବାଦ ପଡିବା ନେଇ ଯୋଜନା ଉପରେ ସମାଲୋଚନା ଜୋର ଧରିଛି।ଅନେକ ଲୋକ ପ୍ରଧାନମନ୍ତ୍ରୀ ଆବାସ ପାଇଁ କିଏ ଦୋକାନ ଦେଇଛି ତ କିଏ ଭଡା ରେ ଲାଗେଇଛି।ହେଲେ ଯେଉଁ ମାନଙ୍କ ପାଇଁ ଆବାସ ନିହାତି ଆବଶ୍ୟକ ସେଭଳି ହିତାଧିକାରୀଙ୍କୁ ଯୋଜନା ରୁ ବାଦ ଦିଆ ଯାଇଛି। ଏଇଟା କି ଭଳି ନୀତି ନିହାତି ଭାବେ ପ୍ରଶାସନ ପଦ ଅଧିକାରୀ ନିର୍ବାଚନ ପ୍ରତିନିଧି ସମୀକ୍ଷା କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ଙ୍କ ଭିତରେ ଚର୍ଚା ହେଉଛି।ତୁରନ୍ତ ପ୍ରେମଶିଳା ପ୍ରତି ପ୍ରଶାସନ ର ଦୃଷ୍ଟି ପଡିବା କୁ ଗ୍ରାମବାସୀ ଙ୍କ ଦାବୀ ହେଉଛି।ଏନେଇ ଧର୍ମଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଯୋଗାଯୋଗ କରିଥିଲେ ହିଁ ସମ୍ଭବ ହୋଇ ନ ଥିଲା।

Leave a Reply

Your email address will not be published. Required fields are marked *