ଲୋକ କଳାକାର ଙ୍କ ସହ ନାଚିଲେ ଧର୍ମଗଡ ବିଧାୟକ,

ଧର୍ମଗଡ:୦6/୦୭ଲୋକ କଳାକାର ଙ୍କ ସହ ଲୋକଗୀତ ରେ ନାଚିଲେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ।ବୁଧବାର କୋକସରା ବ୍ଲକ ପେନସନ ଭୋଗି କଳାକାର ସଙ୍ଘ ପକ୍ଷରୁ କୋକସରା ଧାନ ମଣ୍ଡି ରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଳାକାର ସଙ୍ଘ ର ସଭାପତି ହରି ପଟେଲ ଙ୍କ ସଭାପତିତ୍ୱ ରେ ପ୍ରଥମେ ଅଗ୍ରଦେବତା ଗଣେଶ ଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ମୁଖ୍ୟ ଅତିଥୀ ବିଧାୟକ ଧର୍ମଗଡ ସୁଧୀର ରଞ୍ଜନ ପାଟ୍ଟଯୋଶୀ ମୁଖ୍ୟବକ୍ତା କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଧର୍ମଗଡ ବ୍ଲକ ଛିଲିପା ପଞ୍ଚାୟତ ସରପଞ୍ଚ ବିଭୁଦତ୍ତ ପ୍ରଧାନୀ, କୋକସରା ମଣ୍ଡଳ ବିଜେପି ସଭାପତି ଦୁର୍ଗା ପ୍ରସାଦ ପ୍ରଧାନୀ,ସାଧାରଣ ସମ୍ପାଦକ ତ୍ରିନାଥ ଶବର,ବରିଷ୍ଠ ନାଟ୍ୟଗୁରୁ ଚିନ୍ତାମଣି ପଟେଲ, ବ୍ଲକ କଳାକାର ସଙ୍ଘ ଉପ ସଭାପତି ମହେଶ୍ବର ସରାଫ,ବରିଷ୍ଠ କଳାକାର ଧନୁ ଦୁର୍ଗା ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହିଥିବା ବେଳେ ଉପଢୌକନ ସହ ପୁଷ୍ପମାଲ୍ୟ ଦେଇ କଳାକାର ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସର ରେ କଳାକାର ସଙ୍ଘ ର କଳାକାର ମାନେ ଲୋକକଲା ପ୍ରଦର୍ଶନ କରିଥିବା ବେଳେ ବିଧାୟକ ଶ୍ରୀ ପାଟ୍ଟଯୋଶୀ ମଧ୍ୟ କଳାକାର ଙ୍କ ସହ ମଞ୍ଚ ରେ କିଛି ସମୟ ନାଚି କଳାକାର ଙ୍କୁ ଉତ୍ସାହିତ କରିଥିଲେ। ପରେ ବିଧାୟକ ନିଜ ବକ୍ତବ୍ୟ ରେ କଳାହାଣ୍ଡି ଜିଲ୍ଲା ହେଉଛି କଳା ର ହାଣ୍ଡି ଏଠି କଳା ଓ କଳାକାର ଙ୍କ ଅଭାବ ନାହିଁ।କଳାହାଣ୍ଡି ର ଲୋକକଳା ରାଜ୍ୟ,ଦେଶ ବିଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।ଏଣୁ କଳାକାର ଙ୍କୁ ପୂର୍ବତନ ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ ପ୍ରୋତ୍ସାହିତ କରି ଆସୁଛନ୍ତି ସେହି ଧାରା ଆଗକୁ ମଧ୍ୟ ଜାରି ରହିବ ବୋଳି କହିଛନ୍ତି। କାର୍ଯ୍ୟକ୍ରମ କୁ ମଞ୍ଚ ପରିଚାଳନା ରେ ଲୋକନାଥ ପଟ୍ଟନାୟକ ଓ ମଙ୍ଗଲୁ ଚରଣ ଭାଟି ସଂଯୋଜନା କରିଥିଲେ। କଳାକାର ସଙ୍ଘ ପକ୍ଷରୁ ଅର୍ଜୁନ ନାଏକ,ଡମ୍ବରୁ ଖର୍ସେଲ,କଳ୍ପବଟ ପଟ୍ଟନାୟକ, ଘଟକେଶ୍ୱର ଠେଲା, ଧର୍ମରାଜ ହଂସ ଓ ବ୍ଲକ କଳାକାର ସଙ୍ଘ ର ଅନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *