NEWS
ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସୁଶାସନ, ନୀତି ଆଦର୍ଶ ଓ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ହୋଇ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ଆସ୍ଥା ପ୍ରକଟ କରି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପୁରୀ ସଦର ବ୍ଲକ କହ୍ନେଇ ବିଦ୍ୟାଧରପୁର ପଞ୍ଚାୟତ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟୀ ଲାଭ କରିଥିବା ସରପଞ୍ଚ କଳାଶ୍ରୀ ବିଶ୍ୱାଳ ଓ ସମିତି ସଭ୍ୟା ସଙ୍ଗିତା ମିଶ୍ର ଏବଂ ଯୁବ ନେତା କୈଳାସ ମିଶ୍ର, ପ୍ରଦୀପ ବିଶ୍ୱାଳ ଏବଂ ତାଙ୍କ ସମର୍ଥକ ରାମ ସେଠୀ, ସିଧିଆ ସେଠୀ, ଯୁଧିଷ୍ଠିର ରାଉତ, ମିନ ବିଶ୍ୱାଳ, କାହ୍ନୁ ବିଶ୍ୱାଳ, ପ୍ରଫୁଲ୍ଲ ବିଶ୍ୱାଳ, ସିବ ବାରିକ, ସୁରେନ୍ଦ୍ର ପ୍ରଧାନ, ଅକ୍ଷୟ ବିଶ୍ୱାଳ, ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ, ବସନ୍ତ ବିଶ୍ୱାଳ, ଗୋପିନାଥ ନାୟକ, ବନ୍ଧୁଆ ନାୟକ, ମିଲନ କୁମାର ଦାସ, ଭଜମନ ବିଶ୍ୱାଳଙ୍କ ନେତୃତ୍ଵରେ 22 ଗୋଟି ଗ୍ରାମରୁ ହଜାରୁ ଉର୍ଦ୍ଧ୍ୱ ପରିବାର ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ପୁରୀ ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର, ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ନୁନୁ ମିଶ୍ର, ସମିତି ସଭ୍ୟ କାର୍ତ୍ତବିର୍ଯ୍ୟ ସ୍ଵାଇଁ, ଗୈଡକେରା ସରପଞ୍ଚ ରମେଶ ପ୍ରଧାନ, ବାସୁଦେବପୁର ପଞ୍ଚାୟତ ସମିତି ସଭ୍ୟ ଅରୁଣ କୁମାର ମିଶ୍ର, ରାଜ୍ୟ ବିଜୁ ଯୁବ ଜନତା ଦଳ ଉପସଭାପତି ଜୟନ୍ତ କୁମାର ମାହାନ୍ତି ଓ ପୁରୀ ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ପିତବାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
