ଆନ୍ଧ୍ରର ଚୋରଙ୍କୁ ଧରିଲା ଚାନ୍ଦିଲି ପୋଲିସ
ରାୟଗଡ଼ା ତା ୧୯- ୦୭-୧୯ ଚାନ୍ଦିଲିଥାନା ଅନ୍ତର୍ଗତ ଜେକେପୁର ସ୍ଥିତ ଟି ପି ସି ଓଲ ବିଦ୍ୟୁତ୍ ଶାଖା କାର୍ଯ୍ୟାଳୟ ରେ କୌଣସି କାମପାଇଁ ଏହି ସଂସ୍ଥାର କର୍ମଚାରୀ ଶ୍ରୀ ଏକ୍ରାମ ମହାରଣା ୯ତାରିଖ ଘ୧୦.୩୦ ରେ ଯାଇଥିବା ବେଳେ କାମ ସାରିଆସି ଦେଖନ୍ତି ତାଙ୍କର ହୋଣ୍ଡା ବାଇକ୍ ଟିକୁ କେହି ନେଇ ଯାଇଛି ।ସେ ସଙ୍ଗେ ସଙ୍ଗେ ଚାନ୍ଦିଲି ଥାନାରେ ଅଭିଯୋଗ କରିଥିଲେ । ଚାନ୍ଦିଲି ଥାନ ଅଧିକାରୀ କେସ ନମ୍ୱର ୧୭୧ ଭାରତୀୟନ୍ୟାୟ ସଂହିତା ଧରା ୩୦୩(୨) ଅନୁଯାୟୀ ତଦନ୍ତ କରିବା ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ପୋଲିସ ଦଳ ଏହି ଅଭିଯୋଗର ତଦନ୍ତ କରିବାସହ ଆନ୍ଧ୍ର ପ୍ରଦେଶର ନେଳୁରୁ ଜିଲ୍ଲାର ତିନି ଅଭିଯୁକ୍ତ ବାନଲା ଯାକ୍ରେୟା, ପେଟେଲା ନିବିନ, ବାନଲା ରବି କୁ ଧରିବାକୁ ସଫଳ ହୋଇଛି । ଏମାନଙ୍କ ନାମରେ ରାୟଗଡା, ଗୁଣୁପୁର କୋରାପୁଟ ଥାନାରେ ଅନେକ ମାମଲା ଥିବା ଜଣାପଡ଼ିଛି । ଅଭିଯୁକ୍ତ ମାନଙ୍କ ଠାରୁ ଚୋରି ଯାଇଥିବା ହୋଣ୍ଡା ବାଇକି ସହ ୨୩ହଜାର ଟଙ୍କା, ତିନୋଟି ମୋବାଇଲ ଓ ଅନ୍ୟ ଏକ ହୋଣ୍ଡା ମୋଟର ସାଇକେଲ ଉଦ୍ଧାର କରାଯାଇଛି । ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଥିବା ଏକ ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲା ଏ ସି ଡି ପି ଓ ଶ୍ରୀ ରଶ୍ମି ରଞ୍ଜନ ସେନାପତି ଓ ଚାନ୍ଦିଲିଥାନା ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ବେହେରା ଉପସ୍ଥିତ ରହି ସୂଚନା ପ୍ରଦାନ କରିଛନ୍ତି । ପୋଲିସର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।
ରାୟଗଡ଼ାରୁ ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।
