ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ : ଧାରଣାରେ ବସିଲା ଓସା
: ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ । ଧାରଣାରେ ବସିଲା ଓସା । ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ସୂଚନା ଅଧିକାର ଅଭିଯାନର କର୍ମୀମାନେ ଧାରଣାରେ ବସିଛନ୍ତି । ଦୁର୍ନିତି ପାଇଁ ଲଢୁଥିବା ଓସା ସଂଗଠନ ଆଜି ରାଜାସ୍ତାରେ । ଭଦ୍ରକ ମୁନସିପାଲିଟି ଅଧୀନସ୍ଥ ବଙ୍କ ୟୁଜିୟୁପି ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଆରତୀ ସାହୁ ଙ୍କ ଗତ ମେ ମାସରୁ ପାଟନାସାହି ୟୁଜିଏମଇ ସ୍କୁଲକୁ ବଦଳି ଆଦେଶ ହେବା ପରେ ମଧ୍ୟ ସେ ବିଦ୍ୟାଳୟ ଛାଡ଼ି ଯାଉ ନାହାଁନ୍ତି । କ’ଣ ମହୁ ଅଛି ସେ ବିଦ୍ୟାଳୟରେ ? କାମ ଦେଉଛି ଅର୍ଥ ବଳ ନା କ୍ଷମତା ବଳ !ସୂଚନାଥାଉ କି ଶ୍ରୀମତୀ ସାହୁ ବିଦ୍ୟାଳୟରେ ବିଭିନ୍ନ ଦୁର୍ନିତିରେ ଲିପ୍ତ ଥିବାର ଅଭିଯୋଗ ଆଣିଥିଲେ ଜିଲ୍ଲା ସୂଚନା ଅଧିକାର ସଂଘର କର୍ମୀ ବିକାଶ ଧଳ । ଜିଲ୍ଲା ଶିକ୍ଷାଧିକାରୀଙ୍କ ଚିଠି ମୂଳେ ଭଦ୍ରକ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ BRCC & ABEO ଙ୍କ ଏକ ଦୁଇ ଜଣିଆ ତଦନ୍ତ ଟିମ ଗଠନ କରାଯାଇ ତଦନ୍ତ କରାଯାଇଥିଲା ।

ଉକ୍ତ ତଦନ୍ତରୁ ଶ୍ରୀମତୀ ସାହୁ ଏମଡିଏମ ଦୁର୍ନିତିରେ ସଂପୃକ୍ତ ଥିବାର ଜଣାପଡିଥିଲା ।ଟିଚର ମାନେ ମୋବାଇଲ ପାଖରେ ରଖି କ୍ଲାସ କରିବା, ସର୍ବନିମ୍ନ ଉପସ୍ଥାନ ନହେବା, ସ୍କୁଲ ପରିଚାଳନା ଓ ନିୟନ୍ତ୍ରଣରେ ଆଦି କାର୍ଯ୍ୟରେ ଅପାରଗ ଥିବାର ଜଣା ପଡିଥିଲା ।ବିଇଓ ଙ୍କ ଆଦେଶ ମୂଳେ ଦଣ୍ଡବିଧାନ ସୂରୂପ ଗତ ମେ ମାସରୁ ତାଙ୍କର ପାଟନାସାହି ୟୁଜିଏମଇ ସ୍କୁଲକୁ ବଦଳି କରାଯାଇଥିଲା । କିନ୍ତୁ ପରିତାପର ବିଷୟ ଅଦ୍ୟାବଧି ଦୁଇ ମାସ ବିତିଯାଇଥିଲେ ମଧ୍ୟ ଶ୍ରୀମତୀ ସାହୁ ବିଦ୍ୟାଳୟ ପରିତ୍ୟାଗ କରୁନାହାଁନ୍ତି । ଓସା ସଂଗଠନ ତରଫରୁ ବାରମ୍ବାର ବିଇଓ, ଡିଇଓ, ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ଶୂନ । ଶୁଣିବାକୁ ମିଳୁଛି ଶ୍ରୀମତୀ ସାହୁ ନଯିବା ପଛରେ ଭଦ୍ରକର ଜଣେ ଜନପ୍ରତିନିଧିଙ୍କ ପ୍ରଛନ୍ନ ହାତ ଅଛି । ଏପଟେ ଶ୍ରୀମତୀ ସାହୁଙ୍କ ବଦଳି ନିମନ୍ତେ ଧାରଣାରେ ବସିଛି ଭଦ୍ରକ ଓସା ସଂଗଠନ ।ଅପରାହ୍ନରେ ଜିଲ୍ଲା ଶିକ୍ଷାଧିକାରୀ ଆସି ପ୍ରତିଶୃତି ଦେଲା ପରେ ଓସା ସଂଗଠନ ଧାରଣାରୁ ଉଠିଥିଲେ । ପାଞ୍ଚ ଦିନ ମଧ୍ୟରେ ଶ୍ରୀମତୀ ସାହୁଙ୍କ ସହିତ ଅନ୍ୟ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯିବା କଥା ପ୍ରତିକ୍ରିୟାରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି ।
