ବିଶ୍ବ ଏକାନ୍ତ ପରିଷଦ ଭାଗବତ ସେବା ସଦନ ତରଫରୁ ମଠତେନ୍ତୁଳିଆ ରେ ୭ମ ବୃକ୍ଷ ରୋପଣ ଉତ୍ସବ
ବିଶ୍ବ ଏକାନ୍ତ ପରିଷଦ ଭାଗବତ ସେବା ସଦନ ତରଫରୁ ମଠତେନ୍ତୁଳିଆ ରେ ୭ମ ବୃକ୍ଷ ରୋପଣ ଉତ୍ସବ।ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ମଠତେନ୍ତୁଳିଆ ର ଭାଗବତ ସେବା ସଦନ ପରିସରରେ ପବିତ୍ର ଆଷାଢ ମାସ ପୂର୍ଣ୍ଣିମା ଅବସର ରେ ବୈ।ଦ୍ଧିକ ଆଲୋଚନା ଓ ୭ମ ବୃକ୍ଷ ରୋପଣ ଉତ୍ସବ ଅନୁଷ୍ଠାନ ର ସଂସ୍ଥାପକ ସନ୍ତୋଷ କୁମାର ରଥ ଙ୍କ ଅଧ୍ୟକ୍ଷତାରେ ଜୁଲାଇ ମାସ ଏକୋଇଶି ତାରିଖରେ ଭାଗବତ ସେବା ସଦନ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ମଠତେନ୍ତୁଳିଆ ଭାଗବତ ସେବା ସଦନ ପରିଚାଳକ ପୂର୍ଣ୍ଣିମା ମା’ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଠମାନଙ୍କ ଗ୍ରାମ ପଞ୍ଚାୟତ ସରପଞ୍ଚ ମାନଭଞ୍ଜନ ମହାନ୍ତି ଉପସ୍ଥିତ ହୋଇ ଏହି ମହାନ୍ କାର୍ଯ୍ୟକ୍ରମ ର ଭୂୟସୀ ପ୍ରଶଂସା କରି ମାଆ ମାନେ ଗଛ ଲଗାଇ ଓଡ଼ିଶା ସରକାରଙ୍କ କାର୍ଯ୍ୟକ୍ରମ କୁ ସଫଳତା ମାର୍ଗରେ ପହଞ୍ଚାଇବାକୁ ଯେଉଁ ଚେଷ୍ଟା କରିଛନ୍ତି ତାର ସଫଳତା ସେମାନଙ୍କ ପାଇଁ ଶ୍ରେୟ ହେବ ବୋଲି ପରିପ୍ରକାଶ କରିଥିଲେ।

ଅନୁଷ୍ଠାନ ର ସୁଖ ଦୁଃଖରେ ଥାଇ ଅନୁଷ୍ଠାନ କୁ ଆଗକୁ ବଢ଼ିବାରେ ସହଯୋଗ କରିପାରିବେ ବୋଲି ଶ୍ରୀ ମହାନ୍ତି ପରିପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ଓ ପରିବେଶ ବିତ୍ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ସାମାଜିକ ଚଳନି ଭିତରେ “ଗଛ ମଣିଷ ର ବନ୍ଧୁ”ହୋଇଥିବାରୁ ନିଜେ ଗଛ ଲଗାଇ ଅନ୍ୟକୁ ଗଛ ଲଗାଇବା ପାଇଁ ଅନୁରୋଧ କରିବା ପାଇଁ ଅନୁରୋଧ କରିଥିଲେ। ଶ୍ରୀ ସାହୁ ମଧ୍ୟ ଓଡ଼ିଶା ର ଆରାଧ୍ୟା ଦେବତା ପ୍ରଭୁ ଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ବଡ଼ଭାଇ ବଳଭଦ୍ର ଦାରୁ ରେ ତିଆରି ହୋଇଥିବାରୁ ”ବୃକ୍ଷ ହିଁ ଦେବତା”ବୋଲି ପରାମର୍ଶ ଦେଇଥିଲେ।ଗଛ ବିନା ମଣିଷ ଜୀବନରେ ଅନେକ ଅସୁବିଧା ଦେଖାଦେଇଥାଏ, ଏଣୁ ସମସ୍ତେ ଏଥିପ୍ରତି ସଚେତନ ହେବାକୁ ପଡ଼ିବ ବୋଲି ମତ ରଖିଥିଲେ। ବିଶିଷ୍ଟ ଅତିଥି ଭାବେ ଗଞ୍ଜାମ ଭଞ୍ଜନଗର ର ଅବସର ପ୍ରାପ୍ତ ଶିକ୍ଷକ ଗୈାରିଶଙ୍କର ମିଶ୍ର , ଅବସରପ୍ରାପ୍ତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଦଣ୍ଡଧର ସାହୁ ବୃକ୍ଷ ରୋପଣ ଏହାର ସୁରକ୍ଷାଉପରେ ବୃକ୍ଷ ମଣିଷ ର ବନ୍ଧୁ ବୋଲି ମତ ରଖିଥିଲେ।ଅବସର ପ୍ରାପ୍ତ ସେନା କର୍ମଚାରୀ ରବିନାରାୟଣ ଦାସ ଗଛ ଲଗାଇବା ପାଇଁ ଅନୁରୋଧ କରିଥିଲେ।ଜାଗରଣ ଗୀତ ସଂଯୁକ୍ତା ମହାଳିକ ବୋଲି ଥିବା ବେଳେ ସୁକାନ୍ତି ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ। ଜୀବନବ୍ୟାପୀ କାର୍ଯ୍ୟକ୍ରମ ପାଇଁ ସଂଗ୍ରାମଚଳାଇଥିବା କମଳା ମିଶ୍ର ପରିଚାଳନା କରିଥିଲେ। ପ୍ରମିଳା ବେହେରା ଶାନ୍ତି ପାଠ କରିଥିଲେ ଓ ବାସନ୍ତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପୁରୀ ର ଧଣ୍ଡା ଓପୁସ୍ତକ ସମସ୍ତ ମାଆ ମାନଙ୍କୁ ଦିଆଯାଇଥିଲା। ମନୋରମା ମହାଳିକ, ଯୋଗିନାଥ ବେହେରା ସହିତ ଅନେକ ଭାଗବତ ପ୍ରେମୀ ନାମ କୀର୍ତ୍ତନ ରେ ସହଯୋଗ କରିଥିଲେ।
