କଳିଙ୍ଗନଗର ବୁଲେଟିନ୍ ପକ୍ଷରୁ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର
କଳିଙ୍ଗନଗର ବୁଲେଟିନ୍ ପକ୍ଷରୁ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର *”ପ୍ରଗତି ଶୀଳ ନାରୀ ଓ ସମ୍ଭାବନା”*ଯାଜପୁର ଜିଲ୍ଲା ବ୍ୟାସନଗର ସହର ର ସେଲିବ୍ରେସନ ମଣ୍ଡପରେ ଆଜି କଳିଙ୍ଗନଗର ବୁଲେଟିନ୍ ପକ୍ଷରୁ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର *”ପ୍ରଗତି ଶୀଳ ନାରୀ ଓ ସମ୍ଭାବନା”* ଶୀର୍ଷକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି l

ନାରୀ ସଶକ୍ତ ହେଲେ ରାଷ୍ଟ୍ର ସମୃଦ୍ଧ ହୁଏ l ନାରୀ ଭିତରେ ରହିଛି ଅସରନ୍ତି ସମ୍ଭାବନା l କଳିଙ୍ଗନଗର ବୁଲେଟିନ୍ ର ସମ୍ପାଦକ ହାରାଧନ ବାନାର୍ଜୀଙ୍କ ସଭାପତିତ୍ୱରେ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥିଭାବେ କୋରେଇ ବିଧାୟକ ଆକାଶ ଦାସ ନାୟକ, ସମ୍ମାନୀତ ଅତିଥିଭାବେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ଲଙ୍କେଶ୍ବର ଅମାତ, ପ୍ରାକ୍ତନ ନଗରପାଳ ରସାନନ୍ଦ ମହାନ୍ତି, ସାହିତ୍ୟିକା ଝରଣା ପଟ୍ଟନାୟକ ଆଇନୀଜୀବୀ ରାଧାରାଣୀ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ l ଏହି ଅବସରରେ କୃତୀ ଛାତ୍ର ଧ୍ରୁବ ମସ୍କରା, ଟାଟା ଷ୍ଟିଲର ଆଶିଷ ଆଚାର୍ଯ୍ୟ, ଶ୍ରେଷ୍ଠ ଦମ୍ପତି ଓମ ପ୍ରକାଶ ସ୍ବାଇଁ ଓ ରଂଜିତା ସ୍ୱାଇଁଙ୍କୁ ସମ୍ବନ୍ଧିତ କରାଯାଇଥିଲା
