କମ୍ୟୁନିଟି ରେଡ଼ିଓ ସେଣ୍ଟର ରେଡ଼ିଓ ଆଉଟରିଚ 90.8 ଏଫଏମର ପ୍ରଥମ ସ୍ବନକ୍ଷତ୍ର ଉତ୍ସବ

-ଜଗତସିଂହପୁର ଜିଲ୍ଲାର କମ୍ୟୁନିଟି ରେଡ଼ିଓ ସେଣ୍ଟର ରେଡ଼ିଓ ଆଉଟରିଚ 90.8 ଏଫଏମର ପ୍ରଥମ ସ୍ବନକ୍ଷତ୍ର ଉତ୍ସବ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ରେଡ଼ିଓ ଆଉଟରିଚର ପ୍ରତିଷ୍ଠାତା ସୁଵତ୍ର କୁମାର ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସମ୍ବାଦ ର ପ୍ରତିଷ୍ଠାତା ସୌମ୍ୟ ରଂଜନ ପଟ୍ଟନାୟକ , ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ,ରେଡ଼ିଓ ନମସ୍କାରର ପ୍ରତିଷ୍ଠାତା ଏ. ଏନ. ଅନସାରି ଯୋଗ ଦେଇ କମ୍ୟୁନିଟି ରେଡ଼ିଓର ଆଵଶ୍ୟକତା ଉପରେ ଆଲୋକପାତ କରିଥିଲେ । ରେଡ଼ିଓ ଲୋକଙ୍କୁ ଲୋକଙ୍କ ସହିତ ଯୋଡିବାର ମାଧ୍ୟମ ବୋଲି ଅତିଥିମାନେ କହିଥିବା ବେଳେ ଏହା ମଧ୍ୟ ସଚେତନତା ର ବାର୍ତା ପ୍ରଦାନ କରିଥାଏ । ତେବେ ଆଧୁନିକତାର ସ୍ପର୍ଶରେ ବି ଲୋକଙ୍କ ର ରେଡ଼ିଓ ପ୍ରତି ଆଗ୍ରହ ରହିଛି । ତେବେ ରେଡ଼ିଓ ଆଉଟରିଚ ର ପ୍ରତିଷ୍ଠାତା ସୁବ୍ରତ ପତି ଙ୍କ ଏହି ପ୍ରୟାସ କୁ ଅତିଥିମାନେ ଭୂୟସି ପ୍ରଶଂସା କରିଥିଲେ । ଶେଷରେ ରେଡ଼ିଓ ଆଉଟରିଚ ର ପ୍ରଥମ ସ୍ଵନକ୍ଷତ୍ର ଉପଲକ୍ଷେ ପତ୍ରିକା “ପ୍ରତିଧ୍ବନି” ଉନ୍ମୋଚିତ ହେବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ।

Leave a Reply

Your email address will not be published. Required fields are marked *