ଗୁଳିମାଡ଼ରେ ଯୁବକ ମୃତ

-ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ନୁଆବଗଠାରେ ଅଜଣା ଦୁର୍ବୁତ୍ତଙ୍କ ଗୁଳିମାଡ଼ରେ ଜଣେ ଯୁବକ ମୃତ I ମୃତ ଯୁବକ ଜଣଙ୍କ ହେଉଛନ୍ତି ହିନ୍ଦୋଳ ବ୍ଲକ ବାଲିମୀ ଥାନା ମାହାଲୁଣ୍ଡା ପଞ୍ଚାୟତର ସୁବାସ ସାହୁ ବୟସ ୨୨ବର୍ଷ। ଘଟଣା ସ୍ଥଳରେ ପୋଲିସର ଛାନଭିନ Iରାଜନୈତିକ ଶତୃତାରୁ ଗୁଳିମାଡ ହୋଇଥିବାର ସନ୍ଦେହ କରାଯାଉଛି। ସୁବାସ ଜଳବିଭାଜିକାର ସଭାପତି ଅଛନ୍ତି।ଆଜି ଅପରାହ୍ନରେ ହିନ୍ଦୋଳ କୋର୍ଟରୁ କୋର୍ଟ ପେପର ନେଇ ରାସୋଳ ଜଳବିଭାଜିକା ଅଫିସକୁ ଜିବା ସମୟରେ ନୁଆବଗଠାରେ ଗୁଳିମାରିଥିଲେ ଦୁଇଜଣ ଅଜଣା ଯୁବକ।।ଗୁଳିମାରି ଦୁର୍ବୁତ୍ତମାନେ ବାଇକ ଯୋଗେ ଖସି ପଳାଉଥିବା ବେଳେ ସ୍ଥାନୀୟ ଲୋକ ଏବଂ ପୋଲିସ ମାଡ଼ିବସିଲେ ଜଣଙ୍କୁ।ଆଉ ଜଣଙ୍କୁ ଧରିବାରେ ପୋଲିସ ଚେଷ୍ଟା ଜାରିରଖିଛି। ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତକୁ ଧରାଜିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ।ଅଭିଯୁକ୍ତ ର ପରିଚୟ ମିଳିପାରିନାହିଁ। ନିର୍ବାଚନ ସମୟରେ ସୁବାସକୁ ଜୀବନରେ ମାରିଦେବାକୁ ଧମକ ମିଳିଥିବା ଗ୍ରାମବାସୀଙ୍କ ଠାରୁ ପ୍ରକାଶ। ସୁବାସ ପରିବାରର ଏକମାତ୍ର ପୁଅ ହୋଇଥିବାରୁ ପରିବାର ଦୁଃଖରେ ଭାଙ୍ଗିପଡ଼ିଚି।ପୋଲିସର ତଦନ୍ତପରେ ପୁରା ଘଟଣା ସାମ୍ନାକୁ ଆସିବ।

Leave a Reply

Your email address will not be published. Required fields are marked *