ଭାରସାମ୍ୟ ହରାଇ ପର୍ଯ୍ୟଟକ ବସ୍ ଦୁର୍ଘଟଣାଗ୍ରସ୍ତ

* – ପୁରୀ କୋଣାର୍କ ବେଳାମାର୍ଗ ରାମଚଣ୍ଡୀ ନିକଟ ଖାଲକଟାପାଟଣା ଠାରେ ସୋମବାର ପୂର୍ବାହ୍ନରେ ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଛତିଶଗଡ଼ରୁ ଆସିଥିବା ଏହି ବସରେ ୪୨ଜଣ ପର୍ଯ୍ୟଟକ ଥିଲେ। ସେମାନଙ୍କ ମଧ୍ୟରୁ ୩ଜଣ ଗୁରୁତର ଓ ୫ ଜଣ ଘଟଣା ସ୍ଥଳରେ ଆହତ ହୋଇଛନ୍ତି। ସମସ୍ତଙ୍କୁ ପୁରୀ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ସୁଚନା ଅନୁଯାୟୀ ପର୍ଯ୍ୟଟକ ମାନେ ସିଜି୧୭ କେଭି୯୫୧୯ ନମ୍ବର୍ ବିଶିଷ୍ଟ ଟୁରିଷ୍ଟ ବସରେ କୋଣାର୍କ ବୁଲି ସାରି ପୁରୀ ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ ଏକ କାର ସମ୍ମୁଖ ଆଡ଼କୁ ଆସି ଯାଇଥିଲା।

ତାକୁ ସୁରକ୍ଷା କରିବା ପାଇଁ ବସ୍ ଭାରସାମ୍ୟ ହରାଇ ରାସ୍ତା କଡ ଗଛ ଓ ପାଚେରୀରେ ପିଟି ହୋଇଥିଲା। ଯାହା ଫଳରେ ଗାଡି କ୍ଷତିଗ୍ରସ୍ତ ହେବା ସହ ପର୍ଯ୍ୟଟକ ମାନେ ଦୁର୍ଘଟଣାରେ ଶିକାର ହୋଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଚନ୍ଦ୍ରଭାଗା ମେରାଇନ ପୋଲିସ, କୋଣାର୍କ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ପହଞ୍ଚି ପର୍ଯ୍ୟଟକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପୁରୀ ଜିଲ୍ଲା ମୂଖ୍ୟ ହସପିଟାଲକୁ ସ୍ଥାନାନ୍ତର କରିଥିଲେ। ଏନେଇ ଚନ୍ଦ୍ରଭାଗା ମେରାଇନ ଥାନା ପକ୍ଷରୁ ୧୫/୨୪ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଏଏସଆଇ ସୂର୍ଯ୍ୟକାନ୍ତ ମାଝୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *