NEWS
ପ୍ରକୃତି ବନ୍ଧୁ ଙ୍କ ବିଦ୍ୟାଳୟ ପରିଦର୍ଶନ ଢେଙ୍କାନାଳ ଜିଲ୍ଲା ପ୍ରକୃତି ବନ୍ଧୁ ସଂଗଠନ ର ସାଧାରଣ ସମ୍ପାଦକ ହରିହର ସାହୁ ମାର୍ଚ୍ଚ ମାସ ଏକ ତାରିଖ ଅପରାହ୍ନ ରେ ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ବଅଁରପାଳ ବ୍ଲକ ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଶ୍ବନାଥ ପୁର,ଗୋତମରା କୁ ପରିଦର୍ଶନ କରିଥିଲେ।

ବିଦ୍ୟାଳୟ ର ପରିବେଶ ସୁନ୍ଦର ଥିବାର ଦେଖି ଖୁସି ଅନୁଭବ କରିଥିଲେ। ବିଭିନ୍ନ ଫୁଲ ଗଛ ରେ ବିଦ୍ୟାଳୟ ସୁସଜ୍ଜିତ ଥିବାରୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଓ ଶିକ୍ଷକ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।
