ହର୍ଷଣକାରୀ ଗଣ ଦୁଷ୍କର୍ମ ଘଟଣା

୯/୫ : ବ୍ରହ୍ମପୁର ଠାରେ ଗତ ୩ ତାରିଖରେ ଘଟିଥିବା ଲୋମ ହର୍ଷଣକାରୀ ଗଣ ଦୁଷ୍କର୍ମ ଘଟଣାକୁ ନେଇ ପୀଡିତା ଏବଂ ତାଙ୍କ ପରିବାର ବର୍ଗଙ୍କୁ ନ୍ୟାୟ ଦାବୀରେ ଆଜି ଭାରତୀୟ ଜନତା ମହିଳା ମୋର୍ଚ୍ଚା ତରଫରୁ ଏସପି ଅଫିସ ସମ୍ମୁଖରେ ଶତାଧିକ ମହିଳା ଧାରଣାରେ ବସିଥିଲେ । ମହିଳା ମୋର୍ଚ୍ଚା ରାଜ୍ଯ ସଭାନେତ୍ରୀ ଡ଼ଃ ଐଶ୍ୱର୍ଯ୍ୟା ବିଶ୍ଵାଳ ଯୋଗ ଦେଇଥିଲେ । ଗଞ୍ଜାମ ଜିଲ୍ଲାରେ ଅପରାଧ ରେକର୍ଡ଼ ବୃଦ୍ଧି ପାଇଛି । ମହିଳା ଏଠାରେ ଅସୁରକ୍ଷିତ । ବଳାତ୍କାର, ନିର୍ଯାତନା, ଅସଦାଚରଣ ଓ ହତ୍ୟାକାଣ୍ଡ ଘଟଣା ବୃଦ୍ଧି ପାଇଛି । ପ୍ରତି ତିନି ଦିନରେ ଜଣେ ମହିଳା ଅପରାଧର ଶିକାର ହେଉଛନ୍ତି । ରାଜ୍ଯ ସରକାରଙ୍କ ମହିଳା ସଶକ୍ତିକରଣ କେବଳ କାଗଜରେ ସୀମିତ ବୋଲି ରାଜ୍ଯ ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ବବିତା ପାତ୍ର ଧାରଣରେ ଦାବୀ ରଖିଥିଲେ । ପୀଡିତା ନାବାଳିକାଙ୍କୁ ୮ ଜଣ ଗଣ ଦୁଷ୍କର୍ମ କରିଥିଲେ । କିନ୍ତୁ ପୁଲିସ ଘଟଣାର ୫ ଦିନ ପରେ ମାତ୍ର ୫ ଜଣଙ୍କୁ ହିଁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଆଜି ଏହି ଧାରଣାରେ ମହିଳା ମାନେ ପୀଡିତାଙ୍କୁ ନ୍ୟାର୍ଯ୍ୟ ଦାବି ଧରି ୭ ଘଣ୍ଟା ଧାରଣାରେ ବସିଲା ପରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡଃ ସାର୍ଥକ ଷଡଙ୍ଗୀ ମହିଳା ମୋର୍ଚ୍ଚା କର୍ମକର୍ତ୍ତାଙ୍କ ସହ ଆଲୋଚନା କରି କହିଥିଲେ ଯେ ତଦନ୍ତ ନିରପେକ୍ଷ ଭାବେ ଚାଲୁ ରହିଛି । ଉପଯୁକ୍ତ ପ୍ରମାଣରେ ଆମେ ୫ ଜଣଙ୍କୁ କୋର୍ଟ ଚାଲାଣ କରିଛୁ । ଆଉ ଅନ୍ୟ ଆସାମୀ ମାନଙ୍କୁ ମଧ୍ୟ ଖୁବ କମ ସମୟ ଭିତରେ ଆମେ ଉପଯୁକ୍ତ ପ୍ରମାଣ ସହ ଗିରଫ କରିବୁ କିନ୍ତୁ ପ୍ରକୃତରେ ବ୍ରହ୍ମପୁର ସହରର ଶାସକ ଦଳର ଜଣେ ରାଜନେତାଙ୍କ ଖାସ୍ ବ୍ୟକ୍ତି ବିଶେଷ ଏହି ଦୁଷ୍କର୍ମରେ ସଂଶ୍ଲିଷ୍ଟ ଅଛନ୍ତି । ଯେହେତୁ ଗୃହ ବିଭାଗ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ବିଭାଗ ତେଣୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶାସକ ଦଳର ହେଇଥିବାରୁ ପୋଲିସ ସେମାନଙ୍କୁ ଘଣ୍ଟ ଘୋଡ଼ାଇ ରଖିଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଆଜିର ଏହି ଧାରଣାରେ ଜିଲ୍ଲା ମହିଳା ସଭାନେତ୍ରୀ ଅନୁଜl ନନ୍ଦ ବିଶ୍ଵାଳ, ରତ୍ନଗର୍ଭl ସରସ୍ଵତୀ ଦେବୀ, ମୋନିତା ଦାସ, ବର୍ଷା ବିଦ୍ୟୁସ୍ମିତା, ମଧୁସ୍ମିତା ଠାକୁର, କାଜଲ ପାତ୍ର, ମମତା ରଣl, ସ୍ଵର୍ଣ୍ଣକାନ୍ତି ପାଢୀଙ୍କ ସହ ଦୁଇ ଶହରୁ ଅଧିକ ମହିଳା ପୀଡିତା ନାବାଳିକା ଏବଂ ତାଙ୍କ ପରିବାର ବର୍ଗଙ୍କୁ ନାର୍ଯ୍ଯ ଦାବୀ ଓ ଦୋଷୀ ମାନଙ୍କୁ ଉଚିତ୍ ଦଣ୍ଡ ଦେବାପାଇଁ ଦାବୀ ନେଇ ଏସପି ଅଫିସ ସମ୍ମୁଖରେ ଦୀର୍ଘ ସମୟ ଧରି ବସିରହିଥିଲେ । ୨୪ ଘଣ୍ଟା ଭିତରେ ଦୋଷୀ ମାନଙ୍କୁ ଗିରଫ ଏବଂ ଉପଯୁକ୍ତ କ୍ଷତି ପୂରଣ ପ୍ରତିଶୃତି ପରେ ଧାରଣାରୁ ନିବୃତ୍ତ ରହିଲେ, ଆଗାମୀ ଦିନରେ ଦାବୀ ପୂରଣ ନହେଲେ ପୁଣି ବିଜେପି ମହିଳା ମୋର୍ଚ୍ଚା ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *