ସାଧାରଣ ପର୍ଯ୍ୟବେକ୍ଷକ ଙ୍କ ଏମସିଏମସି କେନ୍ଦ୍ର ପରିଦର୍ଶନ
।ପୁରୀ ୧୦/୫ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଡା କୁନାଲ ପ୍ରକାଶ ଖେମନର ଆଜି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ସେଠାରେ ଚାଲୁଥିବା ଏମ ସି ଏମ ସି କେନ୍ଦ୍ର କୁ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟ ପରିଚାଳନା ସମ୍ପର୍କରେ ପଚାରି ବୁଝି ଥିଲେ।ବିଭିନ୍ନ ପ୍ରିଣ୍ଟ ମିଡିଆ, ଇଲେକ୍ଟ୍ରୋନିକ ମିଡିଆ, ସୋସିଆଲ ମିଡିଆ ରେ ପ୍ରକାଶିତ ଖବର ଉପରେ ଦୃଷ୍ଟି ରଖିବା ସହ ତାହାର ତଥ୍ୟ ପର୍ଯ୍ୟବେକ୍ଷକ ମାନଙ୍କୁ ନିୟମିତ ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ।

ସେହିପରି ପ୍ରିଣ୍ଟ, ଇଲେକ୍ଟ୍ରୋନିକ ଚାନେଲ ଓ ସୋସିଆଲ ମିଡିଆ କୁ ନିୟମିତ ଅନୁଧ୍ୟାନ କରି ପେଡ ନିଉଜ ଗୁଡିକ ଉପରେ ଇସିଆଇର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପର୍ଯ୍ୟବେକ୍ଷକ ଙ୍କୁ ଏମସିଏମସିର ପରିଚାଳନା ସମ୍ପର୍କରେ ଅବଗତ କରାଇଥିଲେ।ପରେ ପର୍ଯ୍ୟବେକ୍ଷକ ଶ୍ରୀ ଖେମନର ସଦଭାବନା ସଭାଗୃହରେ ଚାଲୁଥିବା ଆଦର୍ଶ ଆଚରଣ ବିଧି ସେଲ ଓ ଜିଲ୍ଲା ନିର୍ବାଚନ ଅଭିଯୋଗ ନିୟନ୍ତ୍ରଣ କକ୍ଷ କୁ ପରିଦର୍ଶନ କରିଥିଲେ।ଡେପୁଟି କଲେକ୍ଟର ତଥା ନୋଡାଲ ଅଫିସର ବିବେକାନନ୍ଦ ସାହୁ ପର୍ଯ୍ୟବେକ୍ଷକ ଙ୍କୁ ବିବିଧ ସୂଚନା ଦେଇଥିଲେ।ଲିଆସନିଙ୍ଗ ଅଫିସର ଚନ୍ଦନ କୁମାର ସାହୁ ପର୍ଯ୍ୟବେକ୍ଷକ ଙ୍କୁ ସହଯୋଗ କରିଥିଲେ।
