ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ ନେଇ ଗଣଧାରଣା

କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷା ଓ ପ୍ରତି ଶନିବାର ପ୍ରବେଶ ଶୁକ୍ଳ ମୁକ୍ତ ସହିତ ସ୍ଥାନୀୟ ଜନସାଧାରଣ ମାନଙ୍କ ପାଇଁ ମୌଳିକ ସୁବିଧା ଉପଲବ୍ଧ କରିବା ନିମନ୍ତେ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଧାରଣା ଦେଇଆସୁଅଛ। ପ୍ରତିବର୍ଷ ନଭେମ୍ବର ୧୭ତାରିଖରେ ଆୟୋଜିତ ଏହି ସତ୍ୟାଗ୍ରହ ୨୮ ବର୍ଷରେ ପହଞ୍ଚିଥିବା ଜଣାପଡିଛି। ହେଲେ ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ନେଇନଥିବା ବେଳେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ପ୍ରକାଶ କରାଯାଇଛି । ପ୍ରାପ୍ତ ସୂଚନାରୁ ଜଣାପଡେ କି ୧୯୯୬ ମସିହାରେ କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁକ୍ଳକୁ ବିରୋଧ କରି କୋଣାର୍କ ସୁରକ୍ଷା ସମିତି ଆନ୍ଦୋଳନର ଡାକରା ଦେଇଥିଲା। ସେତେ ବେଳେ କୋଣାର୍କ ମନ୍ଦିରର ଉପଯୁକ୍ତ ରକ୍ଷଣାବେକ୍ଷଣ ସହିତ ସ୍ଥାନୀୟ ଲୋକଙ୍କୁ ବିନା ଶୁଳ୍କରେ ମନ୍ଦିର ପ୍ରବେଶ ଦାବିରେ ସୁରକ୍ଷା ସମିତି ଆନ୍ଦୋଳନର ଡାକରା ଦେଇଥିଲା।ସେ ସମୟ ସୁରକ୍ଷା ସମିତିର ପ୍ରମୁଖ କର୍ଣ୍ଣଧାର ସ୍ୱର୍ଗତ ଅଧ୍ୟାପକ ସୁରେନ୍ଦ୍ର ନାଥ ମିଶ୍ର, ସର୍ଗତଃ ବାଦଲ ଦାସ ପ୍ରମୁଖ ଆଜି ନଥିବା ବେଳେ ତାଙ୍କ ଦ୍ବାରା ଅନୁପ୍ରାଣିତ ସୁରକ୍ଷା ସମିତିର ବିଚାରଧାରାକୁ ୨୮ବର୍ଷରେ ପହଞ୍ଚଇଛନ୍ତି ସମିତିର କର୍ମକର୍ତ୍ତା ମାନେ । ସ୍ଥାନୀୟ ଲୋକଙ୍କ ଅଧିକାର ଓ ଦାବୀକୁ ପୂରଣ କରିବା ପାଇଁ ସୁରକ୍ଷା ସମିତି ଆନ୍ଦୋଳନ ଜାରି ରଖିବ ବୋଲି ସମିତିର କର୍ମକର୍ତ୍ତା ମାନେ ପ୍ରକାଶ କରିଅଛନ୍ତି । ପ୍ରତିବର୍ଷ ପରି ଚଳିତବର୍ଷ ନଭେମ୍ବର ୧୭ତାରିଖରେ ସୂର୍ଯ୍ୟମନ୍ଦିରର ଉପଯୁକ୍ତ ସୁରକ୍ଷା, ପ୍ରତି ଶନିବାର ପ୍ରବେଶ ଶୁଳ୍କ ମୁକ୍ତ,ବ୍ୟବସାୟୀମାନଙ୍କୁ ଉପଯୁକ୍ତ ଥଇଥାନ, ଭବ୍ୟ ନବଗ୍ରହ ମନ୍ଦିର ନିର୍ମାଣ ଏବଂ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ ଆଦି ୫ଦଫା ଦାବୀକୁ ନେଇ ସୁରକ୍ଷା ସମିତି ସୂର୍ଯ୍ୟମନ୍ଦିର ସମ୍ମୁଖରେ ଗଣସତ୍ୟାଗ୍ରହ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥିଲା । ପରେ ସ୍ଥାନୀୟ ତହସିଲଦାରଙ୍କ ମାଧ୍ୟମରେ ଭଜକର୍ତ୍ତୃପକ୍ଷଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁରକ୍ଷା ସମିତିର ନୂତନ ସଭାପତି ସୌମ୍ୟ ସୌରଭ ଦାଶ, ସମ୍ପାଦକ ରାମକୃଷ୍ଣ ମହାନ୍ତି,ପ୍ରମୋଦ ଛୋଟରାୟ, ପ୍ରତାପ କାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ। ଅପରପକ୍ଷରେ ଏହି ବିଷୟରେ ଅବଗତ ପରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟକୁ ପତ୍ର ଲେଖି ଅବଗତ କରାଇଛନ୍ତି। ସ୍ଥାନୀୟ ସୁରକ୍ଷା ସମିତିର ଦାବି ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ବ୍ୟବସ୍ଥା ସ୍ୱଚ୍ଛଳ, ଭବ୍ୟ ନବଗ୍ରହ ମନ୍ଦିର ନିର୍ମାଣ ଓ ପ୍ରତି ଶନିବାର ମନ୍ଦିରକୁ ମୁକ୍ତ ପ୍ରଵେଶ ପାଇଁ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଗଜେନ୍ଦ୍ର ସିଂ ସେଖୱତ ଙ୍କୁ ଚିଠି କରି ନିବେଦନ କରିଛନ୍ତି। ଯାହାକୁ ନେଇ କୋଣାର୍କ ସୁରକ୍ଷା ସମିତି ଓ ଜନ ସାଧାରଣ ଆଶା ବିଶ୍ୱାସ ଦୁଇ ଗୁଣିତ ହୋଇଛି।

Leave a Reply

Your email address will not be published. Required fields are marked *