ନିଫ୍ଟ ଭୁବନେଶ୍ୱରରେ ଆଲୁମିନି ମିଟ୍-୨୦୨୫ ଆୟୋଜିତ

ନିଫ୍ଟ ଭୁବନେଶ୍ୱରରେ ଆଲୁମିନି ମିଟ୍-୨୦୨୫ ଆୟୋଜିତ

ଭୁବନେଶ୍ୱର : ନିଫ୍ଟ ଭୁବନେଶ୍ଵର ତାର କ୍ୟାମ୍ପସରେ ଆଲୁମିନି ମିଟ୍- ୨୦ ୨୫ ଆୟୋଜନ କରିଥିଲା, ଯେଉଁଥିରେ ପୂର୍ବତନ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ବର୍ତ୍ତମାନର ଶିକ୍ଷାର୍ଥୀମାନେ ସ୍ମୃତିର ସ୍ପର୍ଶ, ସାଂସ୍କୃତିକ ପ୍ରଦର୍ଶନ ଓ ସଂସ୍ଥାଗତ ଗର୍ବର ସନ୍ଧ୍ୟାରେ ସମ୍ମଳିତ ହୋଇଥିଲା। କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ନିଫ୍ଟର ସୃଜନଶୀଳ ସମୁଦାୟ ମଧ୍ଯରେ ସମ୍ପର୍କକୁ ଆହୁରି ମଜଭୂତ କରିଥିଲା। ଏହି କାର୍ଯ୍ୟକ୍ରମ ଶନିବାର ରେ ସମ୍ମାନ ସମାରୋହ ସହ ଆରମ୍ଭହୋଇଥିଲା, ଯାହାର ନେତୃତ୍ବ କ୍ୟାମ୍ପସ ଡିରେକ୍ଟର ରାଜେଶ କୁମାର ଝା କରିଥିଲେ। ନିଜ ଉଦଘାଟନୀ ଉଦ‌ବୋଧନରେ ସେ ଅଲୁମିନିଙ୍କୁ ତାଙ୍କ ଆଲମା ମାଟକରୁ ସ୍ଵାଗତ ଜଣାଇ ସଂସ୍ଥା ପୂର୍ବତନ ଛାତ୍ରମାନଙ୍କ ଉପଲବ୍ଧି ପ୍ରତି ପ୍ରତି ଗର୍ବ କରୁଥିବା କଥା କହିଥିଲେ। । ସେ ଜୋର ଦେଇ କହିଥିଲେ ଯେ ଆଲୁମିନିମାନେ ନିଫଟ୍ ର ଯାତ୍ରାର ଅଂଶ ଓ ତାଙ୍କର ପୁନଃ ଫେରା ସଂସ୍କାର ସୃଜନଶୀଳ ଓ ପେଶାଦାର ପରିବେଶକୁ ଆହୁରି ସଶକ୍ତ କରେ। ଡ.ଗୌତମ ସାହା, ରିଜିଓନାଲ ଇଣ୍ଡଷ୍ଟ୍ରି କୋ ଅର୍ଡିନେଟର, ଅଲୁମିନିମାନଙ୍କ ବିଭିନ୍ନ କ୍ଷେତ୍ରରେ ପେଶାଦାର ସଫଳତାକୁ ଉଲ୍ଲେଖ କରି ଅତିଥିମାନଙ୍କୁ ସମ୍ବୋଧିତ କରିଥିଲେ।
ସାଂସ୍କୃତିକ କାର୍ଯ୍ୟକ୍ରମରେ ଶରୁତ ମଲ୍ଲିକଙ୍କ ଭାରତନାଟ୍ୟମ ପ୍ରଦର୍ଶନ ଓ ସୂଚନା ସେନାପତିଙ୍କ ବଂଶୀବାଦନ ଥିଲା । ସନ୍ଧ୍ୟା ୫.୨୦ରୁ ଆରମ୍ଭହୋଇଥିବା ଆନ୍ତଃକ୍ରିୟା ସେସନଗୁଡ଼ିକରେ ଅଲୁମିନିମାନେ ଛାତ୍ର ଓ ଅଧ୍ୟାପକମାନଙ୍କ ସହ ପୁନଃ ସଂଯୋଗ ସ୍ଥାପନ କରିଥିଲେ। ସେସନଗୁଡ଼ିକ ସହ ଛାତ୍ରମାନଙ୍କ ନେତୃତ୍ବରେ ବିଭିନ୍ନ ପ୍ରଦର୍ଶନ ହୋଇଥିଲା। ସେଥିମଧ୍ଯରୁ ସଂସ୍କୃତି ଓ ରିଦ୍ଧିଙ୍କ ଦ୍ଵିତୀୟ ସଙ୍ଗୀତ, ଅନିତା ଓ ମୋହିମାଙ୍କ ନୃତ୍ୟ ଓ ଭାଗ୍ୟସ୍ମିତାଙ୍କ ସୋଲେ ସଙ୍ଗୀତ। ଅଲୁମିନି ଆୟର୍ନ ଶ୍ରୀବାସ୍ତ ବାସ୍ତବଙ୍କ ବ୍ୟାଣ୍ଡ ପରଫର୍ମାନ୍ସ ସନ୍ଧ୍ୟାକୁ ଆହୁରି ରଙ୍ଗୀନ କରିଥିଲା।
ସନ୍ଧ୍ୟା ୭ଟାରେ ହୋଇଥିବା ହାଉସି ଖେଳ ଓ ସମୁଦାୟିକ ଭୋଜନ ଅନୌପଚାରିକ ଅଂଶର ସମାପନ କରିଥିଲା । ପ୍ରାୟ ୫୦ ରୁ ଅଧିକ ଆଲୁମିନି ଏହି ମିଟ୍‌ରେ ଅଂଶଗ୍ରହଣ କରିଥିଲେ। ସାଂସ୍କୃତିକ ପ୍ରଦର୍ଶନ, ଖେଳ, ପୁରସ୍କାର ବଣ୍ଟନ ଓ ସଙ୍ଗୀତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣୀୟ ଥିଲା। ଅଧିକାରୀମାନଙ୍କ ଅନୁସାରେ କାର୍ଯ୍ୟକ୍ରମ ମୁଖ୍ୟତଃ ଛାତ୍ର ଚାଳିତ ଥିଲା । ଯାହାକୁ କ୍ୟାମ୍ପସର ଅଧ୍ୟାପକ ଓ କର୍ମଚାରମାନେ ସହଯୋଗ କରିଥିଲେ।
ଡିରେକ୍ଟର ରାଜେଶ କୁମାର ଝା ଜାତୀୟ ମଞ୍ଚରେ ଛାତ୍ରମାନଙ୍କ ଉଲେଖନୀୟ ସଫଳତାକୁ ମଧ୍ୟ ଉଦ୍ୟାପନା କରିଥିଲେ । କୃଷାଙ୍ଗୀ ରାଜ(TD Sem VII) ଏଫ୍ଓଏସ୍ ଲାଇଟିଙ୍ଗ ଦ୍ୱାରା ଆୟୋଜିତ ଅଲ-ଇଣ୍ଡିଆ ନିଫ୍ଟ ଛାଣ୍ଡେଲିୟର ଡିଜାଇନ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏଫଏଲଏ ବିଭାଗର ଅମୃତା ଓ୍ବାଙ୍ଖଡେ, ଆସ୍ଥା କୁମାର, ପରମ୍ଭ ରାଜଙ୍କର ଏବଂ ଶୁଭମ ବିଶ୍ଵକର୍ମାଙ୍କ ଦଳ ବିଧି ନାଗରଙ୍କ ମେଣ୍ଟରସିପରେFOAID Delhi Edition Diamond Award ଜିତିଥିଲେ ତାଙ୍କର ଇନଷ୍ଟାଲେସନ Inevitable Reclaimପାଇଁ।
ଏହି ସଂସ୍ଥା କେରଳରେ ଆୟୋଜିତ Converge 2025ପଦକଜୟୀ ଛାତ୍ରମାନଙ୍କୁ ମଧ୍ଯ ସମ୍ମାନିତ କରିଥିଲେ, ଯାହାର ଅବଦାନରେ ନିଫ୍ଟ ଭୁବନେଶ୍ଵର ଦେଶର ଶୀର୍ଷ ୭ଟି ନିଫ୍ଟ କ୍ୟାମ୍ପସ ମଧ୍ଯରେ ଅବସ୍ଥାନ କରିପାରିଥିଲା । ସନ୍ଧ୍ୟା ୭ଟା୩୦ରେ କାର୍ଯ୍ୟକ୍ରମ ସମାପନ ରବି ପ୍ରକାଶଙ୍କ ଭୋଟ ଅଫ ଥ୍ୟାଙ୍କସ ସହିତ ହୋଇଥିଲା । ଯେଉଁଥରେ ସେ ଅଲୁମିନି ଅଧ୍ୟାପକ, କର୍ମଚାରୀ ଓ ଛାତ୍ରମାନଙ୍କ ସକ୍ରିୟ ଅଂଶଗ୍ରହଣ ପ୍ରତି କୃତଜ୍ଞତା ଜଣାଇଥିଲେ। ଅଧିକାରୀମାନଙ୍କ କହିବା ଅନୁଯାୟୀ ଏହି ଅଲୁମିନି ମିଟ୍ ନିଫ୍ଟ ଭୁବନେଶ୍ଵରରେ ଅଲୁମିନି ସଂଯୋଗକୁ ସୁଦୃଢ଼ କରିବା ଓ ଡିଜାଇନ ଶିକ୍ଷାରେ ଉକୃଷ୍ଟତାକୁ ପ୍ରୋତ୍ସାହନ ଦେବା ପ୍ରତି ପ୍ରତିବଦ୍ଧତାକୁ ପୁନଃ ପ୍ରତିଷ୍ଠିତ କରିଥିଲା।

Leave a Reply

Your email address will not be published. Required fields are marked *