ନିକାଞ୍ଚନ କଲେଜ ରାସ୍ତାରେ ଅସାମାଜିକ ଯୁବକଙ୍କ ଆଡ୍ଡା, ଅସୁରକ୍ଷିତ କଲେଜ ଛାତ୍ରୀ।
ଗଣିଆ – ଗଣିଆ ବ୍ଳକ ଆଡକଟା କାକୁଡିଖୋଲ ରାସ୍ତାରେ ରହିଛି ବନମାଳୀ ବାରିକି ଉଚ୍ଚ ବିଦ୍ୟାଳୟ ଏବଂ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ । ଏହି ରାସ୍ତାଟି ଅତ୍ୟନ୍ତ ନିକାଞ୍ଚନ ରାସ୍ତା । ତେବେ ଏଠାରେ ଥିବା ଉପରୋକ୍ତ ଦୁଇଟି କଲେଜକୁ ଆସିବାକୁ ସୁରକ୍ଷିତ ମଣୁ ନାହାନ୍ତି ଛାତ୍ରୀ ମାନେ । ଭୟରେ ଅନେକ ପିଲା ପାଠ ଛାଡୁଥିବା ଅଧ୍ୟକ୍ଷ ଅଭିଯୋଗ କରିଛନ୍ତିି । ଦିନ ୧୦ ଘଟିକା ଠାରୁ ୨ ଘଟିକା ପର୍ଯ୍ୟନ୍ତ ଏଠାରେ ଅସାମାଜିକ ଯୁବକଙ୍କ ଆଡ୍ଡା ଜମିରହୁଛି । ସେହି ବାଟଦେଇ ଯାତାୟାତ କରୁଥିବା ଛାତ୍ରୀ ମାନଙ୍କୁ ଏହି ଅସାମାଜିକ ଯୁବକ ମାନେ ଅଶ୍ଳିଳ ଇଙ୍ଗିତ କରିବା ସହିତ କମେଣ୍ଟ ମଧ୍ୟ କରୁଛନ୍ତି । କେହି କେହି ରାସ୍ତା ଉପରେ ଛିଡା ହୋଇ ମଦ୍ୟପାନ କରୁଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତିି । ଏପରିକି ରାସ୍ତା ଉପରେ ମଦବୋତଲ ବାଡେଇ ଭାଙ୍ଗୁଛନ୍ତି । ଯାହା ଫଳରେ ଅନେକ ଛାତ୍ରୀ ଭୟଭୀତ ହୋଇ ଏହି ବାଟ ଦେଇ କଲେଜ ଯିବାକୁ ସୁରକ୍ଷିତ ମଣୁ ନାହାନ୍ତି । ଛାତ୍ରୀ ମାନେ ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡାଙ୍କୁ ଅଭିଯୋଗ କରିଥିବା ବେଳେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛନ୍ତି । ଏ ସମ୍ପର୍କରେ ଗଣିଆ ଥାନା ଅଧିକାରୀଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ଦଶହରା ଛୁଟି ପରେ ଏଠାରେ ପାଟ୍ରୋଲି° କରାଯାଇ ଅସାମାଜିକ ଯୁବକଙ୍କୁ ସାବାଡ କରାଯିବ ବୋଲି ସେ ଜଣାଇଛନ୍ତି । ତେବେ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଛାତ୍ର ଛାତ୍ରୀ ମାନଙ୍କ ସହିତ ଅଭିଭାବକ ମାନେ ଦାବି କରିଛନ୍ତି ।
