ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ ବରଗାଁ ମଣ୍ଡଳ ର ପହିଲି ଭୋଗ ପ୍ରସାଦ ସେବନ କାର୍ଯ୍ୟକ୍ରମ

* *ଆସିକା:-୨୧/୧୨/୨୦୨୪ ବରଗାଁ ମଣ୍ଡଳ ର ସ୍ଥାୟୀ ସଭାପତି ଶ୍ରୀ କାଳୁ ଚରଣ ପ୍ରଧାନ ଙ୍କ ଆୱ।ନ କ୍ରମେ ମଣ୍ଡଳ ତରଫରୁ ପହିଲି ଭୋଗ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆସିକା ସ୍ଥିତ ମାଁ ଦଣ୍ଡକାଳୀ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ବରଗାଁ ମଣ୍ଡଳ ର ୩୦ ପଲ୍ଲୀ ପରିଷଦ ର କର୍ମ କର୍ତ୍ତା ଙ୍କ ସହ କେନ୍ଦ୍ରୀୟ କୂଳାଧିପତି ଶ୍ରୀ ଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମାହାନ୍ତି, ସାଧାରଣ ସଂପାଦକ ଶ୍ରୀ ଯୁକ୍ତ ନିରଞ୍ଜନ ନାୟକ, ଯୁଗ୍ମ ସମ୍ପାଦକ ଶ୍ରୀ ଚୂଡାମଣି ସ୍ବାଇଁ, ମୂଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଖଣ୍ଡୁଆଳ, ଖଲିଙ୍ଗି ମଣ୍ଡଳ ସଭାପତି ଶ୍ରୀ ସଞ୍ଜୟ କୁମାର ରାଉତ, ଗହଙ୍ଗୁ ମଣ୍ଡଳ ସଭାପତି ଶ୍ରୀ ଦ୍ଵିତୀକୃଷ୍ଣ ବିଶ୍ଵାଳ,ଜକର ମଣ୍ଡଳ ସଭାପତି ଶ୍ରୀ କବିରାଜ ମାହାନ୍ତି, ବରିଷ୍ଠ ସଂଗଠକ ଶ୍ରୀ ଯୁକ୍ତ ଖଲି ପରିଡା, ବ୍ରହ୍ମପୁର ମଣ୍ଡଳର ବରିଷ୍ଠ କାର୍ଯ୍ୟ କର୍ତ୍ତା ଶ୍ରୀ ହେମନ୍ତ ସାହାଣି, ଶ୍ରୀ ଧନେଶ୍ଵର ନାୟକ, ଆସିକା ବିଧାନସଭା ଆବାହକ( ଆମ୍ ଆଦମୀ ପାର୍ଟି) ର ଶ୍ରୀ ରଞ୍ଜନ କୁମାର ରାଉତ ଙ୍କ ସହ ଖଲିଙ୍ଗି ମଣ୍ଡଳ, ଗହଙ୍ଗୁ ମଣ୍ଡଳ, ନାଟେଙ୍ଗା ମଣ୍ଡଳ,ଜକର ମଣ୍ଡଳ, ବ୍ରହ୍ମପୁର ମଣ୍ଡଳ ଓ ବାଲିମେଳା ଶାଖା ର ବହୁ କର୍ମ କର୍ତ୍ତା ଉପସ୍ଥିତ ଥିଲେ।ପ୍ରସାଦ ସେବନ କାର୍ଯ୍ୟକ୍ରମ ଶୃଙ୍ଖଳାର ସହ ସମାପନ ପରେ ମଣ୍ଡଳ ଉପ ସଭାପତି ଶ୍ରୀ ବିଜୟ କୁମାର ନାୟକ କହିଥିଲେ ଯେ- ବରଗାଁ ମଣ୍ଡଳ ଉପରେ ଯେଉଁ ମାନେ ପ୍ରଶ୍ନବାଚୀ ସୃଷ୍ଟି କରୁଛନ୍ତି ତାହା ସମ୍ପୁର୍ଣ୍ଣ ଗୁଜବ। ବରଗାଁ ମଣ୍ଡଳର ଏକତା ଆଗରୁ ଥିଲା, ବର୍ତମାନ ଅଛି ଏବଂ ଆଗାମୀ ଦିନରେ ମଧ୍ୟ ରହିବ ଯାହାକି ଆଜିର ଉପସ୍ଥାନ ଏବଂ ଗତ ବୈଠକ ର ଉପସ୍ଥାନ ଆପଣଙ୍କୁ ପ୍ରମାଣ ଦେଇ ସାରିଛି, ଯେଉଁ ମଣ୍ଡଳ ଯେଉଁ ସମୟରେ ବରଗାଁ ମଣ୍ଡଳ ର ସାହାଯ୍ୟ ଚାହିଁବ ଆମେ ସମ୍ପୁର୍ଣ୍ଣ ସହଯୋଗ କରିବୁ। କେନ୍ଦ୍ରୀୟ କାର୍ଯ୍ୟାଳୟ ସହିତ ଜଡିତ ଆମ ମଣ୍ଡଳ ଆଗରୁ ଥିଲା ବର୍ତମାନ ଅଛୁ ଏବଂ ଆଗକୁ ମଧ୍ୟ ରହିବୁ । ଯାହାକି କିଛି ସ୍ବାର୍ଥନ୍ଧ କର୍ମ କର୍ତ୍ତା ଙ୍କ ଆଖିରୁ ନିଦ ହଜେଇ ଦେଇଛି। ସେମାନଙ୍କୁ ମୁଁ ଯୋଗ୍ୟ ମନେ କରେ ନିଜେ ସେମାନଙ୍କ ନାମ ନେବାପାଇଁ ଇଛାକରୁନି।ମଣ୍ଡଳ ସଭାପତି ଶ୍ରୀ କାଳୁ ପ୍ରଧାନ କହିଥିଲେ ଯେ- ଗତ ମହାସଭାରେ ଯେଉଁ ଭଳି ଆର୍ଥିକ ଅନିୟମିତତା କରିଛନ୍ତି ଏବଂ ସମାଜର ଲକ୍ଷାଧିକ ଟଙ୍କା ବ୍ୟାଙ୍କ୍ ରେ ନରଖି ନିଜ ପାଖରେ ରଖି କାରବାର କରୁଥିଲେ କାଳେ ଧରାପଡିଯିବା ଭୟରେ କିଛି ସ୍ବାର୍ଥନ୍ଧ କର୍ମ କର୍ତ୍ତା ଚକ୍ରାନ୍ତ କରୁଛନ୍ତି ତାହା କାର୍ଯ୍ୟରେ ଆସିବ ନାହିଁ। ଆବଶ୍ୟକ ସ୍ଥଳେ ସେମାନଙ୍କ ପ୍ରତି ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ପରିଶେଷରେ ସମସ୍ତେ ଉପସ୍ଥିତ ରହି ମଣ୍ଡଳ ର ଗୈାରବ ବଢ଼ାଇ ଥିବାରୁ ଧନ୍ୟବାଦ୍ ଦେଇ ନିଜର ବକ୍ତବ୍ୟ ଶେଷ କରିଥିଲେ।

Leave a Reply

Your email address will not be published. Required fields are marked *