ନିମାପଡା ବଜାର ଧୂଳିମୟ। ପ୍ରଦୂଷଣରେ ଆକ୍ରାନ୍ତ

ନିମାପଡା ବଜାର ଧୂଳିମୟ। ପ୍ରଦୂଷଣରେ ଆକ୍ରାନ୍ତ ପଥଚାରୀନିମାପଡା ନିମାପଡା ବଜାରର ରାସ୍ତା ପ୍ରଶସ୍ତିକରଣ ପାଇଁ ରାସ୍ତାର ଦୁଇ ପାର୍ଶ୍ୱରେ ଥିବା ସମସ୍ତ ଉଠା ଦୋକାନୀ ଗୁଡିକୁ ଭଙ୍ଗା ଯାଇଛି। ସରକାରୀ ଜାଗାକୁ ଦଖଲ ମୁକ୍ତ କରାଯାଇ ଥିବା ବେଳେ ରାସ୍ତା ଫୋର ଲେନ କରାଯିବ। ସେଥିପାଇଁ ରାସ୍ତା ର କାର୍ଯ୍ୟ ଜାରୀ ରହିଛି। ଏପରି ସ୍ଥଳରେ ନିମାପଡା ବଜାର ଧୂଳିମୟହୋଇ ପଡିଛି।ପ୍ରାୟ ଦୁଇ କିଲୋମିଟର ରାସ୍ତାର ଅବସ୍ଥା ଏହିପରି ଥିବା ବେଳେ ଶହ ଶହ ସଂଖ୍ୟାରେ ଗାଡି ମଟର ଯାଇ ସମ୍ପୂର୍ଣ ପରିବେଶ ଧୂଳିମୟ ହେଉଛି। ରାସ୍ତାରେ ଚାଲିକି ଯାଉଥିବା ଲୋକ ମାନେ ଏପରି ଧୂଳିରେ ଆକ୍ରାନ୍ତ ହୋଇ ଗଲେଣି। ଧୂଳିର ପରିମାଣ ଏତେ ରହିଛି ଯେ କେହି ଲୋକ ଆଲ୍ରାଜି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହୁଛି। ଏହାଛଡ଼ା ଏହି ଧୂଳି ଦ୍ୱାରା ଆସ୍ଥମା ଆଖିରେ ପଡିବା ଦ୍ୱାରା ଚକ୍ଷୁ ସମ୍ବନ୍ଧୀୟ ରୋଗ ଏବଂ ଆକ୍ସିଡେଣ୍ଟ ହେବାର ମଧ୍ୟ ସମ୍ଭାବନା ରହିବା ସହ ପରିବେଶ ପ୍ରଦୂଷଣ ହେଉଛି।ଏ ନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଯଦି ରାସ୍ତାରେ ଜଳ ଛିଞ୍ଜନ ବ୍ୟବସ୍ଥା କରା ଯାଆନ୍ତା। ତେବେ ରାସ୍ତାରେ ଧୂଳିର ପରିମାଣ ହୁଏତ କମି ପାରନ୍ତା। ଏ ନେଇ ନିମାପଡା ପୂର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରି ବାରେ ସେ କହିଛନ୍ତି ଆମେ ସକାଳେ ସନ୍ଧ୍ୟା ବେଳେ ଜଳ ଛିଞ୍ଜନ ବ୍ୟବସ୍ଥା କରିବୁ।

Leave a Reply

Your email address will not be published. Required fields are marked *