ନିମାପଡା ବଦଳିବନି ନବୀନଙ୍କ ନିଷ୍ପତ୍ତି
ନିମାପଡା ବଦଳିବନି ନବୀନ ଙ୍କ ନିଷ୍ପତ୍ତି। ଟିକେଟ ପରିବର୍ତ୍ତନର ମିଥ୍ୟା ଗୁଜବକୁ ଖଣ୍ଡନ କଲେ ରାଜ୍ୟ ନେତୃତ୍ୱଙ୍କ ଦ୍ୱାରା ନିୟୋଜିତ ହୋଇଥିବା ନିମାପଡା ନିର୍ବାଚନ ମଣ୍ଡଳୀ ପାଇଁ ଦାୟିତ୍ୱରେ ଥିବା ସୁବ୍ରତ ଛାଟୋଇ। ସୁପ୍ରିମୋଙ୍କ ନିଷ୍ପତ୍ତି କୁ ସମ୍ନାନ ଦେବା ଅମର କର୍ତ୍ତବ୍ୟ. ନିମାପଡା ରେ ପ୍ରାର୍ଥୀ ପରିବର୍ତ୍ତନର ଯେଉଁ ମିଥ୍ୟା ଗୁଜବ ଚାଲିଛି ତାହାର ପରିସମାପ୍ତି କରିଛନ୍ତି ସୁବ୍ରତ ଛାଟୋଇ।

ଦଳର ନିର୍ବାଚନୀ ପରିଚାଳନା ପ୍ରସ୍ତୁତ ବୈଠକରେ ସେ ଏ ନେଇ ସ୍ପଷ୍ଟ କରିଛନ୍ତି। ବିଜେଡି ସମୀର ଦାସଙ୍କ ଟିକେଟ କାଟି ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ନିମାପଡା ରାଜନୀତିରେ ନିଆଁ ଲାଗି ଯାଇଥିଲା। ସମୀର ଦାସ ଏହାକୁ ସହଜରେ ହଜମ କରି ନ ପାରି ଟିକେଟ ପୁନଃବିଚାର କରିବା ପାଇଁ ଏକ ରାଲି କରି ରାଜ୍ୟ ନେତୃତ୍ୱଙ୍କୁ ଅନୁରୋଧ କରିଥିଲେ। ଏଭଳି କି ନିଜ ସହଯୋଗୀ ମାନଙ୍କୁ ନେଇ ବହୁବାର ବୈଠକ କରି କର୍ମୀ ମାନଙ୍କ ଦସ୍ତଖତ ନେଇ ଶଙ୍ଖ ଭଵନ ନବୀନ ନିବାସ ପର୍ଯ୍ୟନ୍ତ ଯାଇଥିଲେ। ମାତ୍ର ପ୍ରାର୍ଥୀ ପରିବର୍ତନ ପାଇଁ ସମୀର ଦାସଙ୍କ ସମସ୍ତ ପ୍ରୟାସ ଫେଲ ମାରିଛି।ଚାଲିଥିବା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଜିଲ୍ଲା ନିର୍ବାଚନ ଦାୟିତ୍ୱରେ ଥିବା ସୁବ୍ରତ ଛାଟୋଇ ପ୍ରାର୍ଥୀ ଦଳର ସୁପ୍ରିମୋ ଘୋଷଣା କରିଛନ୍ତି। ପ୍ରାର୍ଥୀ ପରିବର୍ତ୍ତନ ଏକ ମିଥ୍ୟା ଗୁଜବ ବୋଲି ନିର୍ବାଚନୀ ପରିଚାଳନା ବୈଠକରେ ଘୋଷଣା କରିଛନ୍ତି.। ଆସନ୍ତା ରବିବାର ଦିନ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କ ନେତୃତ୍ୱରେ. ଦଳ ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପସ୍ଥିତିରେ ଏକ ବିଶାଳ ବାଇକ ରାଲିରେ ନିର୍ବାଚନୀ ପ୍ରଚାର ଆରମ୍ଭ ହେବ ବୋଲି ବିଜେଡି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ କହିଛନ୍ତି।Bite == ଦିଲ୍ଲୀପ ନାୟକ. ବିଜେଡି ପ୍ରାର୍ଥୀ Bite == ସୁବ୍ରତ ଛାଟୋଇ Bite === ପୁନେଶ ସେନାପତି. ବରିଷ୍ଟ ବିଜେଡି କର୍ମୀ.
