ନିମାପଡ଼ାରେ ବିଜୁବାବୁଙ୍କ ୧୦୯ତମ ଜନ୍ମ ଜୟନ୍ତୀ ପାଳିତ

ନିମାପଡା ( ) ନିମାପଡାରେ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ନିମାପଡ଼ା ବିଜେଡ଼ି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କ ନେତୃତ୍ୱରେ ପ୍ରାୟ ୨ହଜାରରୁ ଉର୍ଦ୍ଧ୍ଵ କର୍ମୀ ନୂଆ ବସଷ୍ଟାଣ୍ଡ ଠାରୁ ପଦଯାତ୍ରାରେ ଆସି ନିମାପଡ଼ା ମୁଖ୍ୟରାସ୍ତା ଅତିକ୍ରମ କରି ବ୍ଲକ ଛକ ନିକଟରେ ପହଞ୍ଚିଥିଲେ। ଦୋଳବେଦୀ ଛକଠାରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମୋହନ ଦାସ, ଥାନା ନିକଟରେ ଉଛବ ମଲ୍ଲିକ, ତହସିଲ ଅଫିସ ସମ୍ମୁଖରେ ଗୋପବନ୍ଧୁ, ହାଇସ୍କୁଲ ସାମ୍ନାରେ ବିଜୁ ପଟ୍ଟନାୟକ ଏବଂ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସ୍ଥାନୀୟ ସହିଦ ସ୍ମୃତି ସଂସଦ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଵା ବେଳେ ଅତିଥି ମାନେ ବିଜୁ ବାବୁଙ୍କ ଓଡିଶା ପାଈଁ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ସାହୁ, ଗଙ୍ଗାଧର ଜେନା, ପବିତ୍ରମୋହନ ମହାପାତ୍ର, ଦୀପକ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ନିମାପଡ଼ା ବ୍ଲକ ଶ୍ରୀମୁଖ ଛକ ନିକଟସ୍ଥ ବେଲବାଇ ପଡ଼ିଆରେ ବରିଷ୍ଠ ବିଜେଡ଼ି ନେତା ସତ୍ୟବାଦୀ ମହାପାତ୍ରଙ୍କ ନେତୃତ୍ୱରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଥିଲା । ବିଜୁବାବୁଙ୍କ ଜନ୍ମ ଦିବସକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ ହୋଇ ଆସୁଥିବା ବେଳେ ନୂଆ ସରକାର ଏହାକୁ ଅବମାନନା କରି ପୂଜ୍ୟପୂଜାର ବ୍ୟତିକ୍ରମ କରିଥିବାରୁ ଆଗାମୀ ଦିନରେ ଜନସାଧାରଣ ଏହାର ଉଚିତ ଜବାବ ଦେବେ ବୋଲି ବିଜେଡ଼ି ନେତା ସୁବ୍ରତ ଛାଟୋଇ କ୍ଷୋଭ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଗ୍ୟଧର ଖଟୋଇ, ରବୀନ୍ଦ୍ର ମଲ୍ଲିକ, କୁଞ୍ଜଲତା ସାମଲ, ସସ୍ମିତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *