ନିମାପଡା ଏନସିରେ ସୁଇପର ମାଳ ମାଳ।ମାଛ ମାର୍କେଟ ଅବସ୍ଥା ଅସମ୍ଭାଳ
ନିମାପଡା ଏନସିରେ ସୁଇପର ମାଳ ମାଳ।ମାଛ ମାର୍କେଟ ଅବସ୍ଥା ଅସମ୍ଭାଳ। ସ୍ୱଚ୍ଛ ଭାରତ ମିଶନ। ନିମାପଡା ଏନସି ଅନ୍ତର୍ଗତ ମାଛ ମାର୍କେଟକୁ ଦେଖିଲେ ଜଣା ପଡିବ ଏହି ମିଶନ କେତେ ଦୂର କାର୍ଯ୍ୟକାରୀ ହେଉଛି। ଏନସି ଦ୍ୱାରା ଏକ ମାଛ ମାର୍କେଟ କରା ଯାଇଛି। ସମସ୍ତ ମାଛ ବ୍ୟବସାୟୀ ଏଠାରେ ମାଛ ବିକ୍ରୟ କରିଥାନ୍ତି। ବିଶେଷ କରି ରବିବାର ବୁଧବାର ଶୁକ୍ରବାର ଏଠାରେ ମାଛ ଗ୍ରାହକଙ୍କ ଭିଡ଼ ଜମିଥାଏ। ତେବେ ମାଛ ମାର୍କେଟକର ପରିବେଶ ଏତେ ପୁତିଗନ୍ଧମୟ ନାକରେ ରୁମାଲ ନ ବାନ୍ଧି ଠିଆ ହୋଇ ପାରିବେନି। ମାଛ କାତି ଚିଙ୍ଗୁଡ଼ି ଚୋପା ଅଳିଆ ଗଦା ହେବା ଫଳରେ ଏହା ପୋଚି ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ମାଛ କିଣି ଫେରିଲା ବେଳକୁ ନାକେଦମ ଗ୍ରାହକ। ଏହାର ଆଖପାଖରେ ବସବାସ କରୁଥିବା ବାସିନ୍ଦା ମାନେ ଏହି ପରିବେଶ ଯୋଗୁଁ ଅଣନିଶ୍ୱାସୀ। ଏନସି ପକ୍ଷରୁ ଯଦି ପ୍ରତେକ ଦିନ ସଫେଇ କରାଯାନ୍ତା ତେବେ ଏଭଳି ପରିସ୍ଥିତି ସୃଷ୍ଟି ହୁଅନ୍ତା ନାହିଁ। ସୂଚନା ମୁତାବକ ଏନସି ରେ 30 ଜଣ ସୁଇପର କାର୍ଯ୍ୟରତ।

ତେବେ ଏତେ ସଫେଇ କର୍ମଚାରୀ ଥାଇ ଛୋଟିଆ ମାଛ ମାର୍କେଟର ପରିବେଶକୁ କାହିଁକି ପରିଷ୍କାର କରା ଯାଉନାହିଁ। ମାଛ ବ୍ୟବସାୟୀ ମାନଙ୍କ କହିବା କଥା ଏନସି ପକ୍ଷରୁ ଏକ ବଡ଼ ଡଷ୍ଟବିନର ବ୍ୟବସ୍ଥା କରାଯାଉ।ଯେଉଁଥିରେ ସେ ମାଛ କାତି ଚିଙ୍ଗୁଡ଼ି ଚୋପା ଅଳିଆକୁ ଡଷ୍ଟବିନରେ ପକାଇବେ। ଯାହା ଦ୍ୱାରା ଏଣେ ତେଣେ ଅଳିଆ ପଡିବ ନାହିଁ। ଏକ ସ୍ଥାୟୀ ବ୍ୟବସ୍ଥା ହୋଇ ପାରିବ। ସ୍ୱଚ୍ଛ ମିଶନର ନାରା ଦିଆ ଯାଉଥିବା ବେଳେ ନିମାପଡା ମାଛ ମାର୍କେଟ ଏତେ ଅସ୍ୱଛ କାହିଁକି। ଏ ନେଇ ଏନସିର ପରିମଳ ଅଧିକାରୀଙ୍କୁ ପଚାରିବାରେ ସେ କହିଛନ୍ତି। ଆମେ ଏ ନେଇ ତୁରନ୍ତ ପଦକ୍ଷେପ ନେଇ ମାଛ ମାର୍କେଟ ପରିଷ୍କାର କରିବୁ । ତେବେ ଅଧିକାରୀଙ୍କ ପଦକ୍ଷେପ କେତେଦୂର କାର୍ଯ୍ୟକାରୀ ହୋଇ ମାଛ ମାର୍କେଟର ଅବସ୍ଥା ସୁଧୁରୁଛି ତାହା ଦେଖିବାକୁ ବାକି ରହିଲା। ସାଧାରଣରେ ଏବେ ଚର୍ଚ୍ଚା ଏନସିରେ ସୁଇପର ମାଳ ମାଳ। ମାଛ ମାର୍କେଟ ଅବସ୍ଥା ଅସମ୍ଭାଳ।
